Categories: ଜାତୀୟ

ଏନ୍‌ଡିଏରେ ରହୁନି ତାଳମେଳ: ବିବାଦ ସମାଧାନ ପାଇଁ କମିିଟି ଗଠନ ପରାମର୍ଶ ଦେଲେ ମୋଦି

ନୂଆଦିଲ୍ଲୀ,୧୭।୧୧: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍‌ଡିଏ)ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ରରେ ଭାଜପା ଏବଂ ଶିବସେନା ମଧ୍ୟରେ ବିବାଦ ଭିତରେ ଏବେ ସହଯୋଗୀ ଦଳଙ୍କ ସହ ଭାଜପା ତାଳମେଳ ରହୁ ନ ଥିବା କୁହାଯାଉଛି। ବୈଠକରେ ଏହାର ତୁରନ୍ତ ସମାଧାନ ପାଇଁ ଦାବି ଉଠିଥିଲା। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆମେ ସବୁ ଗୋଟିଏ ପରିବାର, ମିଳିମିଶି ଲୋକଙ୍କ ପାଇଁ କାମ କରିବା ଉଚିତ୍‌। ସହଯୋଗୀ ଦଳଗୁଡିକ ସହ ସମନ୍ବୟ ବଜାୟ ରଖିବା ପାଇଁ ଏକ କମିଟି ଗଠନର ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ବୈଠକରେ ଏନଡିଏର ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି, ଜେଡିୟୁ ଏବଂ ଅନ୍ୟାନ୍ୟ ଦଳର ନେତାମାନେ ଯୋଗ ଦେଇଥିଲେ।

Share