ନୂଆଦିଲ୍ଲୀ,୨୦।୫: ଭାଜପା ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ଏନ୍ଡିଏ ନେତାଙ୍କ ପାଇଁ ମଙ୍ଗଳବାର ଏକ ରାତ୍ରଭୋଜିର ଆୟୋଜନ କରିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶାହ ଲୋକ ସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ଗୋଟିଏ ଦିନ ଆଗରୁ ନ୍ୟାଶନାଲ ଡେମୋକ୍ରାଟିକ୍ ଆଲାଏନ୍ସ(ଏନ୍ଡିଏ)ର ନେତାମାନଙ୍କୁ ନେଇ ରାତ୍ରଭୋଜନ କରିବା ସହ ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା କରିବେ ବୋଲି ଅନୁମାନ କରାଯାଉଛି।