Categories: ଜାତୀୟ

ଏନ୍‌ଡିଏ ବୈଠକରେ ଯୋଗ ଦେଲାନାହିଁ ଶିବସେନା

ନୂଆଦିଲ୍ଲୀ,୧୭।୧୧: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଯଇଥିଲା। ହେଲେ ଏଥିରେ ଶିବସେନା ଯୋଗ ଦେଇ ନ ଥିବା ଜଣାପଡିଛି। ଏହାପରେ କେନ୍ଦ୍ର ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଶିବସେନା ଭାଜପା ମେଣ୍ଟରୁ ବାହାରି ଯାଇଛି। ଏବେ ସେ ବିରୋଧୀ ଆସନରେ ବସିବାକୁ ଚାହୁଁଛି। ତେଣୁ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଶିବସେନାକୁ ବିରୋଧୀ ଆସନ ମିଳିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଭାଜପା-ଶିବସେନା ମଧ୍ୟରେ ମେଣ୍ଟ ହୋଇ ସରକାର ଗଠନ ନ ହୋଇ ପାରିବା ପରେ କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏବେ ଶିବସେନା ବିରୋଧୀ ଆସନରେ ବସିବାକୁ ଇଚ୍ଛୁକ ବୋଲି ସ୍ପଷ୍ଟ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Share