Categories: ବାଣିଜ୍ୟ

ଏନ୍‌ପିଏ ହୋଇଛି ମୁଦ୍ରାର ୩% ଋଣ

ନୂଆଦିଲ୍ଲୀ, ୪-୧୨: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ପ୍ରଦାନ କରାଯାଇଥିବା ମୋଟ ୬ ଲକ୍ଷ କୋଟି ଋଣ ମଧ୍ୟରୁ ୩% ଋଣ ଅନାଦାୟ ଋଣ(ଏନ୍‌ପିଏ) ହୋଇଥିବା ସରକାର ପାର୍ଲାମେଣ୍ଟକୁ ସୂଚନା ଦେଇଛନ୍ତି। ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ମୋଟ ଋଣ ମଧ୍ୟରୁ ଏନ୍‌ପିଏ ହୋଇଥିବା ଋଣ ପରିମାଣ ୧୭,୨୫୧.୫୨ କୋଟି ଟଙ୍କା ରହିଛି। ୨୦୧୪ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଶାଖା ସଂଖ୍ୟା ୭୮,୯୩୯ ରହିଥିବା ବେଳେ ଏହା ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୮୭,୫୮୦କୁ ବୃଦ୍ଧି ଘଟିଥିବା ଜଣାପଡିଛି।

Share