Categories: ଜାତୀୟ

ଏନ୍‌ପିଡିଆର୍‌ଆର୍‌ ପୁନର୍ଗଠିତ

ନୂଆଦିଲ୍ଲୀ,୭ା୩(ପି.ଟି.): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ବିପଦ ପ୍ରଶମନ ଜାତୀୟ ମଞ୍ଚ (ଏନ୍‌ପିଡିଆର୍‌ଆର୍‌) ଗଠନ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଦସ୍ୟ ରହିଛନ୍ତି। ବିପର୍ଯ୍ୟୟ ପରିଚାଳନାରେ ଏହା ବହୁପକ୍ଷୀୟ ତଥା ବହୁ ସେକ୍ଟରସ୍ତରୀୟ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଭିନ୍ନ ସମୟରେ ହେଉଥିବା ଅଗ୍ରଗତିର ସମୀକ୍ଷା କରିବ ଏନ୍‌ପିଡିଆରଆର୍‌।

Share