Categories: ବାଣିଜ୍ୟ

ଏନ୍‌ବିଏଫ୍‌ସି ସମସ୍ୟା ଟଳି ନ ପାରେ

ନୂଆଦିଲ୍ଲୀ, ୧୦-୯: ବର୍ତ୍ତମାନ ନଗଦ ସମସ୍ୟା ସହ ଜୁଝୁଥିବା ଦେଶର ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି) କ୍ଷେତ୍ରର ସମସ୍ୟାରେ ଶୀଘ୍ର ସମାଧାନ ଆସିବାର ସମ୍ଭାବନା ନାହିଁ। ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ଏହି ସମସ୍ୟା ନ ଟଳି ପାରେ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ମାନ୍ଦାବସ୍ଥା ଯୋଗୁ ଉକ୍ତ କ୍ଷେତ୍ରର ଅଭିବୃଦ୍ଧି ହାର ୧୫%ରୁ ଖସି ୧୦-୧୨% ରହିବ ବୋଲି ଇଣ୍ଡିଆ ରେଟିଂସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ପ୍ରକାଶ ପାଇଛି। ଏହି କ୍ଷେତ୍ର ଲାଗି ରେଟିଂକୁ ସ୍ଥିରରୁ ସକରାତ୍ମକ କରାଯାଇଛି। ବଜାରର ଯାନ ବିକ୍ରିରେ ମାନ୍ଦାବସ୍ଥା,ଗ୍ରାମୀଣ ଢାଞ୍ଚାଗତ ନିର୍ମାଣରେ ପ୍ରଭାବ ରହିଛି। ବଜାର ସ୍ଥିତି ଭଲ ନ ଥିବାରୁ ଏପରି ସ୍ଥଳେ ଏନ୍‌ବିଏଫ୍‌ସିଗୁଡିକ ସୁଚିନ୍ତିତ ଭାବେ ଯୋଜନା ସହ ଆଗକୁ ବଢିବା ନେଇ ରିପୋର୍ଟରେ ପରାମର୍ଶ ଦିଆଯାଇଛି।

Share