Categories: ଖେଳ

ଏନ୍‌ବିଏ ପଦାର୍ପଣ: ଭାରତ- ଆମେରିକା ସମ୍ପର୍କର ନୂଆ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦ (ପି.ଟି.)- ଆମେରିକାର ହାଇପ୍ରୋଫାଇଲ ବାସ୍କେଟ ବଲ୍‌ ଲିଗ୍‌ ଏନ୍‌ବିଏ (ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ) ଭାରତରେ ପଦାର୍ପଣ କରିଛି। ଏହି ଲିଗ୍‌ର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ଏନ୍‌ବିଏର ଏହି ପଦାର୍ପଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଏନ୍‌ବିଏର ପଦାର୍ପଣ ଭାରତ- ଆମେରିକା ସମ୍ପର୍କର ଏକ ଐତିହାସିକ ଦିନ । ଏହା ଦୁଇ ଦେଶର କୂଟନୈତିକ ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଶୁକ୍ରବାର ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚ୍‌ରେ ଇଣ୍ଡିଆନା ପେସର୍ସ ୧୩୨-୧୩୧ରେ ସାକ୍ରାମେଣ୍ଟୋ କିଙ୍ଗ୍ସକୁ ପରାସ୍ତ କରିଥିଲା। ଦୁଇ ଦଳକୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ଗତମାସ ଟେକ୍ସାସରେ ଅନୁଷ୍ଠିତ ‘ହାଉଡି ମୋଦି’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଏନ୍‌ବିଏର ପଦାର୍ପଣ ନେଇ ନିଜର ଉତ୍ସୁକତା ପ୍ରକାଶ କରିଥିଲେ। ମୁଁ ଏହି ମ୍ୟାଚ୍‌ ଦେଖିବାକୁ ନିମନ୍ତ୍ରିତ ହେବି କି ବୋଲି ସେ ମୋଦିଙ୍କୁ ମଜାରେ ପ୍ରଶ୍ନ କରିଥିଲେ। ଏନ୍‌ବିଏ ଭାରତକୁ ଆମେରିକାର ଶ୍ରେଷ୍ଠ ରପ୍ତାନି ବୋଲି ଟ୍ରମ୍ପ ଏହି ଅବସରରେ କହିଥିଲେ।

Share