Categories: ଜାତୀୟ

ଏନ୍‌ବିଟିର ଷ୍ଟେହୋମ୍‌ ଇଣ୍ଡିଆ ଉଇଥ୍‌ ବୁକ୍‌ସ ଟ୍ରେଣ୍ଡ

ନୂଆଦିଲ୍ଲୀ, ୨୬।୩- ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବା କରୋନା ଭାଇରସ୍‌ ସଂକ୍ରମଣ ରୋକିବା ସକାଶେ ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ସହ ବହୁ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେତେକ ସ୍କୁଲ ପାଠ୍ୟକ୍ରମ ଶେଷ କରିବା ସକାଶେ ଏକ୍ସଟ୍ରା କ୍ଲାସର ବ୍ୟବସ୍ଥା କରାଇଥିବା ବେଳେ ଅନେକ ସ୍କୁଲ କର୍ତ୍ତୃପକ୍ଷ ଏ ନେଇ କୌଣସି ବନ୍ଦୋବସ୍ତ କରିନାହାନ୍ତି। ତେବେ କ୍ୱାରାଣ୍ଟାଇନ୍‌ ସମୟ ଅତିବାହିତ କରିବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (ଏଚ୍‌ଆର୍‌ଡି) ଓ ନ୍ୟାଶନାଲ ବୁକ୍‌ ଟ୍ରଷ୍ଟ (ଏନ୍‌ବିଟି) ପକ୍ଷରୁ ଏକ ନୂତନ ପ୍ରୟାସ ଆରମ୍ଭ କରାଯାଇଛି। ଏଚ୍‌ଆର୍‌ଡି ଓ ଏନ୍‌ବିଟି ପକ୍ଷରୁ ହାସ୍‌ଟ୍ୟାଗ୍‌ ଷ୍ଟେହୋମ୍‌ ଇଣ୍ଡିଆ ଉଇଥ୍‌ ବୁକ୍‌ସ ଟ୍ରେଣ୍ଡ ଆରମ୍ଭ ହୋଇଛି, ଯେଉଁଥିରେ ପିଲାମାନେ କେତେକ ସିଲେକ୍ଟେଡ୍‌ ଓ ବେଷ୍ଟ ସେଲିଂ ବହି ସାମିଲ କରାଯାଇଛି। କ୍ୱାରାଣ୍ଟାଇନରେ ରହିଥିବା ବେଳେସ୍କେୁଲ ପିଲାମାନେ ଉକ୍ତ ବହିଗୁଡ଼ିକୁ ମାଗଣାରେ ଡାଉନ୍‌ଲୋଡ୍‌ କରି ପଢ଼ିପାରିବେ। ଏନ୍‌ବିଟି ଓ୍ବେବ୍‌ସାଇଟ୍‌ (https://nbtindia.gov.in.)ରୁ ବିନା ଦେୟରେ ବହି ଡାଉନଲୋଡ୍‌ କରିହେବ। ଏହି ସାଇଟ୍‌ରେ ଓଡ଼ିଆ, ଇଂଲିଶ୍‌, ହିନ୍ଦୀ, ବଙ୍ଗଳା, ଅସମିୟା, ଗୁଜରାଟୀ, ମାଲାୟାଲମ, ମରାଠି, ମିଜୋ, ପଞ୍ଜାବୀ, ତାମିଲ, ଉର୍ଦ୍ଦୁ, କନ୍ନଡ ଆଦି ଭାଷାରେ ଲେଖାଯାଇଥିବା ବହି ଉପଲବ୍ଧ ହେବ।

Share