Categories: ବାଣିଜ୍ୟ

ଏନ୍‌ସିଏଲ୍‌ଟିରେ ଜେଟ୍‌ ଏୟାରଓ୍ବେଜ୍‌ ମାମଲା: ପାଇଲଟ, ୨ ବିଦେଶୀ ଭେଣ୍ଡର ଅଦାଲତ ଗଲେ

ନୂଆଦିଲ୍ଲୀ,୧୯।୬: ଜେଟ୍‌ ଏୟାରଓ୍ବେଜ୍‌ର ପାଇଲଟ, ଇଞ୍ଜିନିୟର ସଂଗଠନ ଏବଂ ନେଦରଲାଣ୍ଡର ୨ ଭେଣ୍ଟର ବୁଧବାର ଦେବାଳିଆ ଅଦାଲତ ଏନ୍‌ସିଏଲ୍‌ଟିରେ ପହଞ୍ଚତ୍ଛନ୍ତି। ନିଜକୁ ଜେଟ୍‌ର ଦେବାଳିଆ ପ୍ରକ୍ରିୟାରେ ସାମିଲ କରିବା ଲାଗି ସେମାନେ ଆବେଦନ ଦେଇଛନ୍ତି। ୨ ବିଦେଶୀ ଭେଣ୍ଡର ନିଜର ହିତର ସୁରକ୍ଷା ଲାଗି ଇଣ୍ଟରଭେନ୍ସନ ପିଟିଶନ ଦାଖଲ କରିବାକୁ ଅନୁମତି ମାଗିଛନ୍ତି। ଏହା ଉପରେ ଗୁରୁବାର ଏନ୍‌ସିଏଲ୍‌ଟିରେ ଶୁଣାଣି ହେବ। ଜେଟ୍‌ ବିରୋଧରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ମାମଲା ଆଗତ କରାଯାଇଛି। ସୂଚନାଥାଉ କି, ଜେଟ୍‌ ଉପରେ ଏବେ ୨୩ ହଜାର କର୍ମଚାରୀଙ୍କ ପ୍ରାୟ ୩ହଜାର କୋଟି ଟଙ୍କାର ବେତନ ବକେୟା ରହିଛି। କର୍ମଚାରୀଙ୍କୁ ମାର୍ଚ୍ଚରୁ ଦରମା ମିଳିନାହିଁ। ଇଞ୍ଜିନିୟର ଓ ପାଇଲଟଙ୍କୁ ମଝିରେ କିଛି ଦରମା ଦିଆଯାଇଥିଲା। ଅନ୍ୟପକ୍ଷରେ ଜେଟ୍‌ ଉପରେ ଭେଣ୍ଡର ଓ ଲିଜଦାତାଙ୍କର ପ୍ରାୟ ୧୦ ହଜାର କୋଟି ଟଙ୍କା ବାକି ପଡିଛି। ସୂଚନାଥାଉ କି, ଏସ୍‌ବିଆଇ ନେତୃତ୍ୱରେ ୨୬ ବ୍ୟାଙ୍କ ସମୂହ ଜେଟ୍‌ ଠାରୁ ବକେୟା ଋଣ ବାବଦରେ ୮୫୦୦ କୋଟି ଟଙ୍କା ଆଦାୟ ଲାଗି ଏନ୍‌ସିଏଲ୍‌ଟିରେ ମାମଲା ଦାଏର କରିଛନ୍ତି।

Share