Categories: ଜାତୀୟ

ଏନ୍‌ସିପିରେ ଥିଲି ଏବେ ବି ରହିଛି: ଅଜିତ୍‌ ପାଓ୍ବାର

ମୁମ୍ବାଇ,୨୭।୧୧: ଏନ୍‌ସିପିରେ ଥିଲି ଏବେ ବି ଦଳରେ ରହିଛି ବୋଲି ଘରବାହୁଡ଼ି ଥିବା ନେତା ଅଜିତ୍‌ ପାଓ୍ବାର ବୁଧବାର କହିଛନ୍ତି। ମହାରାଷ୍ଟ୍ର ବିଧାନ ଭବନରେ ସେ ବିଧାୟକ ଭାବେ ଶପଥ ପାଠ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହା ପୂର୍ବରୁ ସେ ଟୁଇଟ୍‌ କରି ମଧ୍ୟ ଏହା କହିଥିଲେ। ଦଳ ତାଙ୍କୁ ବହିଷ୍କାର କରି ନାହିଁ ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ତେଣୁ ସେ ଏନ୍‌ସିପି ସାଙ୍ଗରେ ରହିଥିବା ପ୍ରକାଶ କରିଛନ୍ତି। ଇତିମଧ୍ୟରେ ଏନ୍‌ସିପି ସଦସ୍ୟ ନଓ୍ବାବ ମଲିକ୍‌ ଅଜିତ୍‌ଙ୍କୁ ଶରଦ ପାଓ୍ବାର କ୍ଷମା କରିଥିବା ସୂଚନା ଦେଇଛନ୍ତି।

Share