Categories: ଜାତୀୟ

ଏନ୍‌ସିପି ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୦।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଏନ୍‌ସିପି ନେତାଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏନ୍‌ସିପି ନେତା ଜିତେନ୍ଦ୍ର ଆହ୍ବାଦ ମହାରାଷ୍ଟ୍ରର ଠାଣେରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମୋତେ ଯଦି ନାଗରିକତାର ପ୍ରମାଣ ମଗାଯାଏ, ତେବେ ମୁଁ କହିବି ଯେତେବେଳେ ତୁମ ପିତା ଇଂରେଜଙ୍କ ନିକଟରେ ମୁଣ୍ଡ ନୁଆଁଇ ସେମାନଙ୍କ ପାଦସେବା କରୁଥିଲେ ସେତେବେଳେ ମୋ ପିତା ଫାଶୀ ଖୁଣ୍ଟରେ ଝୁଲି ଇନକ୍ଲାବ ଜିନ୍ଦାବାଦ ବୋଲି ସ୍ଲୋଗାନ ଦେଉଥିଲେ। ଜିତେନ୍ଦ୍ରଙ୍କ ଏହି ବୟାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି।

Share