ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଭାଜପାରୁ ଦେବେନ୍ଦ୍ର ଫଡନବିସ ଦ୍ୱିତୀୟ ଥର ଲାଗି ଶପଥ ଗ୍ରହଣ କଲେ ସତ। ହେଲେ ଏପର୍ଯ୍ୟନ୍ତ ସଂଖ୍ୟା ଗରିଷ୍ଠତାକୁ ନେଇ ତାଙ୍କ ମନରୁ ଭୟ ଦୂର ହୋଇନାହିଁ। ଏବେ ତା’ର ମୁଖ୍ୟ ସହଯୋଗୀ ଏନ୍ସିପି ଉପରେ ସମସ୍ତଙ୍କ ନଜର ଥିବା ବେଳେ ଏନ୍ସିପି ନିଜ ଦଳର ସମସ୍ତ ବିଧାୟକଙ୍କ ଉପରେ କଡା ନଜର ରଖିଛି। କାଳେ କୋଉଠି ଘୋଡା ବେପାର ହେବ ତାକୁ ନେଇ ଏନ୍ସିପି ଓ କଂଗ୍ରେସ ସତର୍କ ରହିଛନ୍ତି। ଏତେ ସତର୍କତା ପରେ ମଧ୍ୟ ଏନ୍ସିପିର ଜଣେ ବିଧାୟକ ନିଖୋଜ ହୋଇଥିବା ଖବର ମିଳିଛି। ଏନେଇ ତାଙ୍କ ପୁଅ ପୋଲିସରେ ଲିଖିତ ଅଭିଯୋଗ ମଧ୍ୟ ଦେଇଥିବା ସୂଚନା ମିଳିଛି। କୁହାଯାଉଛି କି ଶାହପୁରର ଏନ୍ସିପି ବିଧାୟକ ଦୌଲତ ଦରୋଡା ସକାଳେ ରାଜଭବନ ପହଞ୍ଚିବା ପରେ ନିଖୋଜ ହୋଇଯାଇଛନ୍ତି।