ନୂଆଦିଲ୍ଲୀ, ୨୧।୬: ଭାରତୀୟ ବାୟୁସେନା ପରିବହନ ବିଭାଗର ବିମାନ ଏନ-୩୨ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ଜଣଙ୍କ ଶହୀଦଙ୍କ ମୃତଦେହ ଶୁକ୍ରବାର ସେମାନଙ୍କ ଘରେ ପହଞ୍ଚିବ ବୋଲି ଜଣାପଡିଛି। ଗୁରୁବାର ଶହୀଦଙ୍କ ମୃତଦେହ ଦିଲ୍ଲୀ ଅଣାଯାଇଛି। ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ଜୁନ୍ ୩ରେ ଆସାମର ଜୋରାହାଟରୁ ଉଡାଣ ଭରିବା ପରେ କେଉଁଆଡେ ନିଖୋଜ ହୋଇଯାଇଥିଲା। ନିଖୋଜର ଆଠ ଦିନ ପରେ ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ଏନ-୩୨ ବିମାନକୁ ଠାବ କରାଯାଇଥିଲ। ବିମାନରେ ଥିବା ୮ କ୍ରୁ ମେମ୍ବରଙ୍କ ସମେତ ୧୩ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।