ଏପରି ଅଫିସ୍‌ ଯେଉଁଠି କର୍ମଚାରୀଙ୍କୁ ଶୌଚାଳୟ ଯିବା ମନା…

ଆମେରିକାରେ ଅନେକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଶୌଚାଳୟ ଯିବାକୁ ବାରଣ କରାଯାଇଥାଏ । ବାରମ୍ବାର ଶୌଚାଳୟ ଯିବାଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ କମ୍ପାନୀରେ ଏଭଳି ନିୟମ ପ୍ରଣୟନ କରାଯାଇଛି। କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ହଗିସ୍‌ ଏବଂ ନ୍ୟାପକିନ୍‌ ପିନ୍ଧିବା ପାଇଁ କୁହାଯାଉଛି। ସ୍ଥାନୀୟ ଏକ ଚିକେନ୍‌ ପ୍ରୋସେସିଂ କମ୍ପାନୀରେ କର୍ମଚାରୀଙ୍କ କାର୍ଯ୍ୟ କ୍ଷମତା ବଢ଼ାଇବା ଲାଗି ସେମାନଙ୍କୁ ଶୌଚାଳୟ ଯିବାକୁ ମନା କରାଯାଇଥାଏ। ଏହି ଅଫିସରେ କମ୍ପାନୀ ପକ୍ଷରୁ କୌଣସି ଶୌଚାଳୟ ନିର୍ମାଣ ମଧ୍ୟ କରାଯାଇ ନାହିଁ। କର୍ମଚାରୀ ହଗିସ୍‌ ପିନ୍ଧି କାର୍ଯ୍ୟ କରିଥାନ୍ତି।

Share