Categories: ଜାତୀୟ

ଏପରି କହି ଟ୍ରମ୍ପଙ୍କ ମଜା ଉଡାଇଲେ ଭାରତର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ, ୮।୧୧-ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଶନିବାର ଭାରତର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହଓ୍ବାଗ ଟୁଇଟ କରି ଟ୍ରମ୍ପଙ୍କ ମଜା ଉଡାଇଛନ୍ତି। ଗୋଟିଏ ଫଟୋ ଟୁଇଟ୍‌ କରି ସେହଓ୍ବାଗ ଲେଖିଛନ୍ତି, ଟ୍ରମ୍ପଙ୍କ କମେଡି ବହୁତ ମିସ କରିବେ, ଚାଚାଙ୍କ କମେଡି ବହୁତ ମନେ ପଡିବ। ଏହି ଟୁଇଟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Share