Categories: ଫୁରସତ

ଏପରି କିଛି ବିପଦସଙ୍କୁଳ ହ୍ରଦ: ଯେଉଁଠିକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସହ ସମାନ

ଦୁନିଆରେ ଏପରି କିଛି ସ୍ଥାନ ରହିଛି, ଯେଉଁ ସ୍ଥାନକୁ ଯିବା ବ୍ୟକ୍ତିଙ୍କ ପାଇଁ ବିପଦ ହୋଇଥାଏ। କେଉଁଠି ପାହାଡ଼ ତ କେଉଁଠି ଜଙ୍ଗଲ ବିପଦସଙ୍କୁଳ ସ୍ଥାନ ହୋଇଥାଏ। ଏସବୁ ସ୍ଥାନରେ ଟିକିଏ ଭୁଲ୍‌ରେ ଜୀବନ ଯିବାର ଆଶଙ୍କା ଥାଏ। ଏଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସଙ୍ଗେ ସମାନ ବୋଲି କୁହାଯାଏ। ତେବେ ଜାଣନ୍ତୁ ଏଭଳି କିଛି ବିପଦସଙ୍କୁଳ ହ୍ରଦ ସମ୍ପର୍କରେ…

ବିସ୍ଫୋରକ ହ୍ରଦ କେଭୁ:
କେଭୁ ବିପଦସଙ୍କୁଳ ଜାଗା ମଧ୍ୟରୁ ଗୋଟିଏ। ଏହି ହ୍ରଦର ପାଣିରୁ ଅଧିକ ମାତ୍ରାରେ କାର୍ବନଡାଇଅକ୍ସାଇଡ ଅଥବା ଅଙ୍ଗାରକାମ୍ଳ ମିଳିବା ସହିତ ହାଇଡ୍ରୋକାର୍ବନ ଗ୍ୟାସ ମଧ୍ୟ ମିଳିଥାଏ। ଏଠାରେ ସାମାନ୍ୟ ଭୂକମ୍ପରେ ବିସ୍ଫୋରଣ ହୋଇଥାଏ।

ହିମାଳୟର ରୂପକୁଣ୍ଡ ହ୍ରଦ
୧୯୪୨ ମସିହାରେ ବ୍ରିଟିଶ ଆର୍ମି ଏହି ହ୍ରଦରେ ୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ଏମାନଙ୍କ ମୃତ୍ୟୁ ରହସ୍ୟମୟ ଥିଲା। ଏଣୁ ଏହି ହ୍ରଦରେ ପହଁରିବା ନିଷିଦ୍ଧ କରାଯାଇଛି।

ମିଶିଗାନ ୟୁଏସ୍‌ଏର ଏକ ହ୍ରଦ
ଏହି ହ୍ରଦ ଦେଖିବାକୁ ବହୁତ ସୁନ୍ଦର। କୁହାଯାଏ ହ୍ରଦରୁ ବିଷାକ୍ତ ଗ୍ୟାସ ବାହାରି ଥାଏ। ଏଣୁ ହ୍ରଦ ପାଖରେ ଥିବା ସମସ୍ତ ଜୀବଙ୍କ ମୃତ୍ୟୁର କାରଣ ହୋଇଥାଏ। ବୈଜ୍ଞାନିକଙ୍କ ମତ ଅନୁଯାୟୀ ହ୍ରଦ ତଳେ ଆଗ୍ନେୟଗିରି ରହିଥିବାରୁ ଏପରି ହୋଇଥାଏ। ଅଙ୍ଗାରକାମ୍ଳ ପାଣିରେ ମିଶି ବାଦଲ ବାଷ୍ପ ଆକାରରେ ଘୂରି ବୁଲୁଥାଏ।

ଫୁଟନ୍ତା ହ୍ରଦ ଡୋମିନିକା:
ଏହି ହ୍ରଦର ତାପମାତ୍ରା ୯୨ ଡିଗ୍ରୀ ସେଲସିୟସ ରହିଥାଏ। ଆଗ୍ନେୟଗିରି ରହିଥିବାରୁ ଏହି ହ୍ରଦ ସବୁବେଳେ ଉତ୍ତପ୍ତ ରହିଥାଏ। ତେଣୁ ଏଠାକୁ ଯିବା ସମୟରେ ସତର୍କ ରହିବା ଜରୁରୀ।

Share