Categories: ଫୁରସତ

ଏପରି ଗାଁ ଯେଉଁଠି ଅତିଥିଙ୍କୁ ଧୂମପାନ କରିବା ମନା…

କେତେକ ଲୋକ ଧୂମପାନ, ଡ୍ରଗ୍‌ସ, ମଦ, ଗୁଟ୍‌ଖା ଆଦିର ବ୍ୟବହାର କରିଥାନ୍ତି। ବିଶେଷକରି ଯୁବପିଢ଼ି ଏହାଦ୍ୱାରା ଅଧିକ କବଳିତ ହେଉଛନ୍ତି। ମାତ୍ର ରାଜସ୍ଥାନରେ ଏମିତି ଏକ ଗଁା ରହିଛି ଯେଉଁଠି ନିଶା ଦ୍ରବ୍ୟ ସେବନ ପାଇଁ ବାରଣ କରାଯାଇଥାଏ । ଏହି ଛୋଟ ଗଁାର ନାମ ହେଉଛି ଟିକଲା। ଗଁାର ଜନସଂଖ୍ୟା ୧୬ ଶହରୁ ଅଧିକ। ଗାଁରେ ଏପର୍ଯ୍ୟନ୍ତ କେହି କେବେ ନିଶାଦ୍ରବ୍ୟ ଛୁଇଁ ନାହାନ୍ତି ବୋଲି ଲୋକେ କୁହନ୍ତି। ଗାଁର ପିଲାଠାରୁ ବୁଢ଼ାଯାଏ କେହି କୌଣସି ନିଶାଦ୍ରବ୍ୟ ସେବନ କରନ୍ତିି ନାହିଁ। ଗଁାରେ କାହା ଘରକୁ ଅତିଥି ଆସିଲେ ସେମାନେ ମଧ୍ୟ ଧୂମପାନଠାରୁ ଦୂରେଇ ରୁହନ୍ତି। ଗଁାକୁ କେହି ଅଜଣା ଲୋକ ପ୍ରବେଶ କଲେ ମୁଖିଆମାନେ ସେମାନଙ୍କୁ ବିଡି, ସିଗାରେଟ୍‌, ପାନ, ଗୁଟ୍‌ଖା ଆଦି ଖାଉଛ ନା ନାହିଁ ବୋଲି ପ୍ରଶ୍ନ ପଚାରନ୍ତିି । ଯଦି ଲୋକଟି ହଁ କୁହେ ତେବେ ତାକୁ ଗଁାରୁ ତଡ଼ିଦିଆଯାଏ। ଯଦି ନା କୁହେ ତେବେ ତାଙ୍କୁ ଗାଁରେ ପ୍ରବେଶ କରିବାକୁ ଅନୁମତି ମିଳେ। ଗଁାରେ ବାବା ଭଗବାନ ଦାସଙ୍କ ମନ୍ଦିର ଏବଂ ସମାଧି ଥିବାରୁ ଏଠାରେ ନିଶାଦ୍ରବ୍ୟକୁ ବାରଣ କରାଯାଏ। ବାବା ଭଗବାନ ଦାସ ପ୍ରଥମେ ନିଶା ନିବାରଣ ଅଭିଯାନ ଆରମ୍ଭ କରିଥିଲେ ବୋଲି ଗ୍ରାମବାସୀ କୁହନ୍ତି। ଗ୍ରାମବାସୀଙ୍କ ଏପରି ସଂକଳ୍ପ ବର୍ତ୍ତମାନର ସମାଜ ପାଇଁ ଏକ ଉଦାହରଣ ପାଲଟିଛି।

Share