ଏପରି ଦେଶ ଯେଉଁଠି ଅପରାଧୀଙ୍କ ମୂର୍ତ୍ତି କରାଯାଏ ପୂଜା…

ଲୋକେ ଭଗବାନଙ୍କ ମୂର୍ତ୍ତିିକୁ ପୂଜା କରିଥାନ୍ତି। ତେବେ ଲାଟିନ୍‌ ଆମେରିକାର ଭେନଜୁଏଲାରେ ମୃତ୍ୟୁ ଘଟିଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମୂର୍ତ୍ତି ପୂଜା କରିବା ପରମ୍ପରା ରହିଛି। ସ୍ପେନ୍‌ର ଭାଷାରେ ଏଭଳି ଅପରାଧୀଙ୍କ ପୂଜାକୁ ସେଣ୍ଟୋସ୍‌ ମେଲେଂଡ୍ରୋସ୍‌ କୁହାଯାଇଥାଏ। ଅପରାଧୀଙ୍କ ମୂର୍ତ୍ତିକୁ ଗୋଟିଏ ସ୍ଥାନରେ ରଖି ପୂଜା କରାଯାଇଥାଏ। ଏଭଳି ପୂଜା ସମ୍ପର୍କରେ ଜାଣିବା ପାଇଁ ତଥା ଅପରାଧୀଙ୍କ ମୂର୍ତ୍ତିି ଦେଖିବା ଲାଗି ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସିଥାନ୍ତି। କେତେକ ଏଭଳି ଅପରାଧୀଙ୍କ କାର୍ଯ୍ୟକୁ ରବୀନ୍‌ହୁଡ୍‌ଙ୍କ ସହିତ ତୁଳନା କରିଥାନ୍ତି।

Share