ଏପରି ଦେଶ ଯେଉଁଠି ମୋଟା ହେଲେ ଦେବାକୁ ପଡ଼େ ଜରିମାନା…

ଜାପାନରେ ମେଦବହୁଳ ହେବା ଏକ ଅପରାଧ। ଦେଶର ପ୍ରଚଳିତ ଆଇନ ଅନୁସାରେ ମେଦବହୁଳ ବ୍ୟକ୍ତିଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥାଏ। ଏଠାରେ ୪୦ ବର୍ଷରୁ ଅଧିକ ବୟସ୍କ ପୁରୁଷ ମାନଙ୍କର ଅଣ୍ଟା ୩୨ ଇଞ୍ଚ ଏବଂ ମହିଳା ମାନଙ୍କର ଅଣ୍ଟା ୩୬ ଇଞ୍ଚ ମଧ୍ୟରେ ରହିବା ପାଇଁ ନିୟମ ରହିଛି। ଅଣ୍ଟାର ଚଉଡ଼ା ଏହି ନିର୍ଦ୍ଦିଷ୍ଟ ମାପ କିମ୍ବା ଏଥିରୁ ଅଧିକ ହେଲେ ଏହା ଆଇନ ଅନୁଯାୟୀ ଅପରାଧ। ପତଳା ଓ ଫିଟ୍‌ ରହିବାକୁ ଏଠାରେ ସଭିଏଁ ପସନ୍ଦ କରନ୍ତି। ଅଧିକ ଖାଦ୍ୟ ଖାଇଲେ ଦେଶର ସମ୍ପତ୍ତି ନଷ୍ଟ ହୋଇଥାଏ ବୋଲି ଏଠାକାର ଲୋକେ ବିଶ୍ୱାସ କରନ୍ତି। ଏଠାରେ ମେଦବହୁଳ ଲୋକଙ୍କୁ ଜରିମାନା ଦେବାକୁ ପଡ଼ିଥାଏ।

Share