ଏପରି ବ୍ୟବହାର କରନ୍ତୁ ଅଦା ତେଲ: ରୁପି, କେଶ ଝଡିବା ସମସ୍ୟାରୁ ମିଳିବ ମୁକ୍ତି

ଶୀତଦିନେ ଅଧିକାଂଶ ଲୋକଙ୍କଠାରେ କେଶ ଝଡିବା ସହ ରୁପି ସମସ୍ୟା ଦେଖା ଯାଇଥାଏ। ଏହି ସମସ୍ୟାକୁ ନେଇ ସେମାନେ ଚିନ୍ତାରେ ପଡ଼ିଯାନ୍ତି। ଏପରିକି ସେମାନେ ମୁକ୍ତି ପାଇବା ଲାଗି ବିଭିନ୍ନ ରାସାୟନିକ ପଦାର୍ଥକୁ ମଧ୍ୟ ବ୍ୟବହାର କରିଥାନ୍ତି। ମାତ୍ର ଏଥିଲାଗି ଅଦା ରସରେ ତିଆରି ତେଲ ବହୁ ଉପକାରୀ। ଅଦା ତେଲ କେବଳ ରୁପି ଓ କେଶ ଝଡିବା ସମସ୍ୟାରୁ ମୁକ୍ତି ଦିଏ ତାହା ନୁହେଁ କେଶକୁ ଲମ୍ବା ଓ ଶକ୍ତ ମଧ୍ୟ କରିଥାଏ।
କିଭଳି ପ୍ରସ୍ତୁତ କରି ଲଗାଇବେ:
ଅଦାକୁ ଛେଚି ତାହାର ରସକୁ ଏକ ପାତ୍ରରେ ରଖନ୍ତୁ ସେଥିରେ ୨ ଚାମଚ ଅଲିଭ ଅଏଲ୍‌ ମିଶାଇ ମୁଣ୍ଡରେ ୪୦ ମିନିଟ୍‌ ପର୍ଯ୍ୟନ୍ତ ରଖି ମସାଜ କରନ୍ତୁ। ଏହା କେଶ ଝଡ଼ା କମ୍‌ କରିବ। ତେବେ ସପ୍ତାହରେ ଏହାକୁ ୨ ଦିନ ଲଗାଇପାରିବେ। ହେଲେ ଧ୍ୟାନ ରଖିବେ ଯେପରି ଏହି ମିଶ୍ରଣ ପୂରୁଣା ନ ହୁଏ। କେଶରେ ଲଗାଇବା ପୂର୍ବରୁ ସବୁବେଳେ ନୂଆ ମିଶ୍ରଣ ପ୍ରସ୍ତୁତ କରିନେବା ଠିକ୍‌। ସେହିଭଳି ରୁପି ସମସ୍ୟାରୁ ମୁକ୍ତି ପାଇବା ଲାଗି ଅଦା ରସକୁ କେଶରେ ଲଗାଇ ୧୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ।