ଏପରି ମନ୍ଦିର ଯେଉଁଠି ମାଙ୍କଡ଼ଙ୍କ ପାଖରେ ହୁଏ ଭୋଗ ଲାଗି…

ଉତ୍ତରପ୍ରଦେଶ ସୀତାପୁର ଜିଲା ଠାରୁ ୭୦ କିଲୋମିଟର ଦୂରରେ ଥିବା ଅଟବା କୁରସଠ ଗାଁରେ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ମାଙ୍କଡ଼ଙ୍କ ପାଖରେ ଭୋଗ ଲାଗି ହୋଇଥାଏ। ଏଠାରେ ମାଙ୍କଡ଼ଙ୍କୁ ମଦ ପିଇବାକୁ ଦିଆଯିବା ପରମ୍ପରା ରହିଛି। ମନ୍ଦିରରେ କୌଣସି ପୂଜାରୀ ନ ଥାନ୍ତି। ମନ୍ଦିରରେ କବାଟ ଝରକା ମଧ୍ୟ ନାହିଁ। ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ମନ୍ଦିରରେ ମଦ ଭୋଗ ଲାଗି କରିଥାନ୍ତି। ପରେ ଏହାକୁ ମାଙ୍କଡ଼ଙ୍କୁ ପିଇବାକୁ ଦେଇଥାନ୍ତି। ଏହାଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ ବୋଲିସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି । ଏଠାରେ ମଦ ଓ ଲିଆ ଭୋଗ ଲାଗି କରାଯାଏ।

Share