Advertisement

ଏପରି ସଜାନ୍ତୁ ଡ୍ରଇଂ ରୁମ୍‌

ଡ୍ରଇଂରୁମ୍‌ର ସାଜସଜ୍ଜା ଆପଣଙ୍କ ସମ୍ପୂର୍ଣ୍ଣ ଘର ସହିତ ବ୍ୟକ୍ତିତ୍ୱ ଉପରେ ମଧ୍ୟ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଡ୍ରଇଂରୁମ୍‌ କିପରି ସଜାଇବେ ଜାଣିରଖନ୍ତୁ ଟିପ୍ସ..

ସବର୍ବପ୍ରଥମେ ଏକ ଗ୍ରାଫ୍‌ ପ୍ରସ୍ତୁତକରି ଡ୍ରଇଂରୁମ୍‌ର କେଉଁ ସ୍ଥାନରେ କ’ଣ ରହିବ ପ୍ଲାନ୍‌ କରନ୍ତୁ। ଫର୍ନିଚର, ଟିଭି ଏବଂ ଅନ୍ୟାନ୍ୟ ଡେକୋରେଟିଭ୍‌ ସାମଗ୍ରୀକୁ ଏପରି ସଜାନ୍ତୁ ଯେପରି ସେସବୁ ନା କେବଳ ସୁନ୍ଦର ଦେଖାଯିବ ବରଂ ଚଲାବୁଲା କରିବା ସମୟରେ ଆପଣଙ୍କ ସଂସ୍ପର୍ଶରେ ଆସିବ ନାହିଁ।
ଡ୍ରଂଇରୁମ୍‌କୁ ଆକର୍ଷଣୀୟ କରିବା ଲାଗି ଏହାର ଲାଇଟ୍‌ ବ୍ୟବସ୍ଥା ପ୍ରତି ପ୍ରଥମେ ଗୁରୁତ୍ୱ ଦିଅନ୍ତୁ। ସୁବିଧା ଥିଲେ ଝରକା କିମ୍ବା ଟ୍ରାନ୍ସପରେଣ୍ଟ ଗ୍ଲାସ୍‌ ଲଗାନ୍ତୁ, ଯେପରି ଡ୍ରଇଂରୁମ୍‌କୁ ବାହାର ଲାଇଟ୍‌ ଆସିପାରିବ। ଯଦି ଏପରି ସୁବିଧା ନାହିଁ, ତେବେ ଭଲ ଲାଇଟ୍‌ ଲଗାନ୍ତୁ। ଫଲ୍ସ ସିଲିଂ କରି କଲରଫୁଲ୍‌ ଲାଇଟ୍‌ ବ୍ୟବସ୍ଥା କଲେ ଡ୍ରଇଂରୁମ୍‌ ଅଧିକ ଆକର୍ଷଣୀୟ ଲାଗିବ।
ଡ୍ରଂଇରୁମ୍‌ ସଜାଇବା ଲାଗି ଫୁଲଦାନୀ ବାଛୁଥିଲେ ମନେରଖନ୍ତୁ, ମଲ୍ଟି କଲର ଫୁଲ ସହ ପତ୍ର ମଲ୍ଟିକଲର ନ ରଖି କେବଳ ଗ୍ରୀନ୍‌ ହିଁ ରଖିଲେ ଅଧିକ ଆଇକ୍ୟାଚି ଲାଗିବ। ଯଦି ସିଙ୍ଗଲ କଲର ଫୁଲ ରଖୁଛନ୍ତି ତେବେ ମଲ୍ଟି କଲର ପତ୍ର ରଖିପାରିବେ।
ବିଭିନ୍ନ ଶୋ ପିସ୍‌, ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌ ଆଦି ଡ୍ରଇଂରୁମ୍‌ର ଶୋଭା ବଢ଼ାଇଥାଏ। ହେଲେ ଆବଶ୍ୟକରୁ ଅଧିକ ରଖିବା ଦ୍ୱାରା ଜାକି ହେବା ଭଳି ଲାଗିଥାଏ। ତେଣୁ ଡ୍ରଇଂରୁମ୍‌କୁ ଯେତେ ଖୋଲା ରଖିବେ ସେତେ ସୁନ୍ଦର ଲାଗିବ। ଯଦି ଡ୍ରଇଂରୁମ୍‌ ବଡ଼ ତେବେ ଆପଣ ଚାହିଁଲେ ଶୋ’କେସ୍‌ ରଖି ସେଥିରେ ବିଭିନ୍ନ ପ୍ରକାର ସାଜସଜ୍ଜା ସାମଗ୍ରୀ ରଖିପାରିବେ।
ଡ୍ରଂଇରୁମ୍‌କୁ ସୁନ୍ଦର କରିବା ଲାଗି ଏହାର ପରଦାଗୁଡ଼ିକ ମଧ୍ୟ ମୁଖ୍ୟ ଭୂମିକା ବହନ କରିଥାଏ। ତେଣୁ ରୁମ୍‌ କାନ୍ଥର କଲର ସହ କଣ୍ଟ୍ରାଷ୍ଟ ଲୁକ୍‌ ଦେବା ଭଳି ପରଦା ବାଛନ୍ତୁ। ତେବେ ତାହା ଫର୍ନିଚର ସହ ସାମଞ୍ଜସ୍ୟ ରହିଲେ ଅଧିକ ଆକର୍ଷଣୀୟ ଲାଗିବ।
ସୁନ୍ଦର  କାର୍ପେଟ୍‌ ମଧ୍ୟ ଡ୍ରଇଂରୁମ୍‌ର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ଆପଣ ଚାହିଁଲେ ରୁମ୍‌ର ସ୍ପେସ୍‌ ଅନୁଯାୟୀ ଓ୍ବାଲ୍‌ ଟୁ ଓ୍ବାଲ୍‌ କିମ୍ବା କେବଳ ସେଣ୍ଟର ଟେବୁଲ ତଳେ ଛୋଟ କିମ୍ବା ବଡ଼ କାର୍ପେଟ୍‌ ଆଣି ପକାଇପାରିବେ।

 

 

 

 

 

Share