Categories: ଫୁରସତ

ଏପରି ସହର ଯେଉଁଠି ଘଣ୍ଟାରେ ନାହିଁ ୧୨ ସଂଖ୍ୟା…

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସୁଇରଜରଲାଣ୍ଡର ସୋଲୋର୍ଥନ ସହରରେ ଲୋକେ ୧୧ ସଂଖ୍ୟାକୁ ଶୁଭ ବୋଲି ମନେ କରିଥାନ୍ତି। ଏହି ସଂଖ୍ୟା ସହିତ ସେମାନଙ୍କ ଜୀବନର ପ୍ରତିଟି କାର୍ଯ୍ୟ ସଂଶ୍ଲିଷ୍ଟ ହୋଇଥାଏ। ଏଠାରେ ବ୍ୟବହୃତ ହେଉଥିବା ଘଣ୍ଟାରେ ୧୨ ସଂଖ୍ୟା ନ ଥାଏ। ୧୨ ସ୍ଥାନରେ ୧୧ ଲେଖା ହୋଇଥାଏ। ଏଭଳି ଘଣ୍ଟା ସୌଭାଗ୍ୟ ଆଣେ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି। ସହରରେ ଥିବା ଚର୍ଚ୍ଚର ବଡ଼ ଘଣ୍ଟାରେ ମଧ୍ୟ ୧୨ ସଂଖ୍ୟା ନାହିଁ। ଏହି ପରମ୍ପରା ଏଠାରେ ଏକ ହଜାର ବର୍ଷରୁ ଅଧିକ ସମୟ ଧରି ପ୍ରଚଳିତ ହେଉଛି ବୋଲି ଲୋକେ କୁହନ୍ତି। ତେବେ ପ୍ରକୃତରେ କେବେ କିଏ ଏବଂ କାହିଁକି ଏହାର ଆରମ୍ଭ କରିଥିଲେ ସେ ନେଇ କୌଣସି ଠିକ ସୂଚନା ନ ଥିଲେ ମଧ୍ୟ ଲୋକେ ଏହାକୁ ନେଇ ଭିନ୍ନ ଭିନ୍ନ କାହାଣୀ କହିଥାନ୍ତି।

Share