ଏପରି ସ୍ଥାନ ଯେଉଁଠି ଅଛି ଜଳ ହେଲେ ନାହିଁ ଜୀବନ…

ପୃଥିବୀରେ ଜଳ ଥିବା ସ୍ଥାନରେ ଜୀବନ ରହିଥାଏ। ଅର୍ଥାତ୍‌ ସେଠାରେ ଜୀବିତ ପ୍ରାଣୀ ରହିଥାନ୍ତି। ତେବେ ଇଥୋପିଆର ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ଜଳ ଅଛି, ମାତ୍ର ଜୀବନ ନାହିଁ। ଏଠାରେ ଥିବା ଦଲୋଲ ଅଞ୍ଚଳରେ ଏଭଳି ଦେଖାଯାଇଥାଏ। ଏଠାରେ ବହୁଗୁଡ଼ିଏ ଉଷ୍ମପ୍ରସବଣ ରହିଛି। ଫଳରେ ଜଳ ଅତ୍ୟଧିକ ଅମ୍ଳୀୟ। ମାତ୍ରାଧିକ ଅମ୍ଳୀୟ ଜଳରେ କୌଣସି ଜୀବ ସୃଷ୍ଟି ହୋଇ ପାରି ନ ଥାନ୍ତି। ଏହି ସ୍ଥାନକୁ ଲୋକେ ମୃତ୍ୟୁର ଉପତ୍ୟକା କହିଥାନ୍ତି। ଦେଶବିଦେଶରୁ ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି। ତେବେ ରହିବାର କୌଣସି ବ୍ୟବସ୍ଥା ନ ଥିବାରୁ ବୁଲାବୁଲି କରି ସୂର୍ଯ୍ୟାସ୍ତ ପୂର୍ବରୁ ପଳାଇ ଯାଇଥାନ୍ତି।

Share