Categories: ଫୁରସତ

ଏପରି ହସ୍ପିଟାଲ, ଯେଉଁଠି ରାତି ହେଲେ ଶୁଣିବାକୁ ମିଳେ ବିକଟାଳ ଶବ୍ଦ

ରୋଗ ହେଲେ ଲୋକେ ହସ୍ପିଟାଲକୁ ଯାଇଥାନ୍ତି ଚିକିତ୍ସା ପାଇଁ । ମାତ୍ର ଏମିତି ଏକ ହସ୍ପିଟାଲ ରହିଛି, ଯେଉଁଠି ରାତି ହେଲେ ବିକଟାଳ ଶବ୍ଦ ଶୁଣିବାକୁ ମିଳିଥାଏ। ଭୂତ-ପ୍ରେତଃ ଅଛନ୍ତି ବୋଲି ଅଧିକାଂଶ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଏମିତି କିଛି ସ୍ଥାନ ଅଛି, ଯେଉଁଠି ଏପରି ଅଦ୍ଭୁତ ଘଟଣାସବୁ ଘଟିଥାଏ। ଯାହାର ଉତ୍ତର ବିଜ୍ଞାନ ପାଖରେ ମଧ୍ୟ ନାହିଁ। ହଂକଂସ୍ଥିତ ସାଇ ଇଙ୍ଗ୍‌ ପୁନ୍‌ ହସ୍ପିଟାଲରେ ନିଶବ୍ଦ ରାତିରେ ଏପରି ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥାଏ। ଫଳରେ ରୋଗୀଙ୍କ ସମେତ ସେମାନଙ୍କ ସମ୍ପର୍କୀୟମାନେ ମଧ୍ୟ ଭୟଭୀତ ହୋଇପଡ଼ନ୍ତି। ସୂଚନା ଯେ, ୧୯୭୧ ମସିହାରେ ଏଠାରେ ଏକ ମନୋବିଜ୍ଞାନ ହସ୍ପିଟାଲ ନିର୍ମାଣ କରାଯାଇଛି। ରାତି ହେଲେ ଏଠାରୁ ଭୟଙ୍କର ଶବ୍ଦ ଶୁଣିବାକୁ ମିଳେ। ଖାଲି ଏତିକି ନୁହେଁ, ମୁଣ୍ଡ ନ ଥିବା ଶରୀର ଏଣେ ତେଣେ ଦୌଡୁଥିବାର ମଧ୍ୟ ଦେଖିବାକୁ ମିଳେ। ଯାଞ୍ଚ ପାଇଁ ଅନେକ ବୈଜ୍ଞାନିକ ଏଠାକୁ ଆସିଛନ୍ତି ସତ, ମାତ୍ର ସଠିକ୍‌ କାରଣ ଆଜିପର୍ଯ୍ୟନ୍ତ ଖୋଜି ପାଇନାହାନ୍ତି। ଏଠାରେ ନକରାତ୍ମକ ଶକ୍ତି ବାସ କରୁଥିବା କୁହାଯାଉଛି। ସ୍ଥାନୀୟ ଲୋକେ କୁହନ୍ତି, ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ସୈନିକମାନେ ଏହି ଗୃହକୁ ଫାଶୀ ଗୃହ ଭାବେ ବ୍ୟବହାର କରୁଥିଲେ। ଯେଉଁ ସୈନିକମାନଙ୍କ ଆତ୍ମା ଅତୃପ୍ତ ରହିଯାଇଛି ସେମାନେ ଏପରି ହଇରାଣ ହରକତ କରୁଛନ୍ତି।

Share