Categories: ବାଣିଜ୍ୟ

ଏପ୍ରିଲରେ ପାଇକାରୀ ମୁଦ୍ରାସ୍ଫୀତି ୩.୦୭%: ପନିପରିବା ଦର ଆକାଶଛୁଆଁ

ନୂଆଦିଲ୍ଲୀ,୧୫-୫: ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି। ମଙ୍ଗଳବାର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ଏପ୍ରିଲରେ ପାଇକାରୀ ମୁଦ୍ରାସ୍ଫୀତି ୩.୦୭%କୁ ଖସିଆସିଛି, ଯାହା କି ମାର୍ଚ୍ଚରେ ୩.୧୮% ଥିଲା। ଗତବର୍ଷ ଏପ୍ରିଲରେ ଏହା ୩.୬୨% ରହିଥିଲା। ତେବେ ଗତ ମାସରେ ପେଟ୍ରୋଲ, ଡିଜେଲ ଏବଂ ପ୍ରସ୍ତୁତ ସାମଗ୍ରୀ ଦର ହ୍ରାସ ପାଇବା କାରଣରୁ ମୁଦ୍ରାସ୍ଫୀତି କମିଥିଲା। କିନ୍ତୁ ପନିପରିବା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ପନିପରିବା ଦର ୪୦.୬୫% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ମାର୍ଚ୍ଚରେ ଏହା ୨୮.୧୩% ବଢ଼ିଥିଲା। ସିଏସ୍‌ଓ ସୂତ୍ର  ଅନୁଯାୟୀ, ଏପ୍ରିଲରେ ସିପିଆଇ ୨.୯୨ ପ୍ରତିଶତ ରହିଥିଲା, ଯାହା କି  ମାର୍ଚ୍ଚରେ ୨.୮୬% ମୁକାବିଲାରେ ୦.୦୬% ଅଧିକ ଥିଲା। ତେବେ ଆର୍‌ବିଆଇର ଆନୁମାନିକ ଲକ୍ଷ୍ୟଠାରୁ ଏହା କମ୍‌ ରହିଛି। ଏଥିଯୋଗୁ ଆସନ୍ତା ମୁଦ୍ରାନୀତିରେ ରେପୋ ରେଟ କମିବାର ଆଶା ସଞ୍ଚାର କରିଛି। ତେବେ ଏପ୍ରିଲରେ ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତି ହାର ୩ ଗୁଣା ବୃଦ୍ଧି ପାଇ ମାର୍ଚ୍ଚର ୦.୩%ରୁ ୧.୧ ପ୍ରତିଶତରେ ପହଞ୍ଚତ୍ୟାଇଛି। ପନିପରିବା ମୁଦ୍ରାସ୍ଫୀତି ହାର ମଧ୍ୟ ୨.୮୭% ବୃଦ୍ଧି ପାଇଥିବା ବେଳେ ଫଳ ଦର ହ୍ରାସ ପାଇଛି। ଇନ୍ଧନ ଓ ବିଜୁଳି ମୁଦ୍ରାସ୍ଫୀତି ହାର ମଧ୍ୟ ୨.୫୬%ରେ ପହଞ୍ଚତ୍ୟାଇଛି, ଯାହା କି ମାର୍ଚ୍ଚରେ ୨.୪୨% ରହିଥିଲା।

Share