ଏପ୍ରିଲ ଶେଷ ବେଳକୁ କମିଯିବ କରୋନା ପ୍ରକୋପ!

ବେଜିଂ,୩।୪: ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଚାଇନାର ଜଣେ ବିଶେଷଜ୍ଞ ଡାକ୍ତର ଝୋଙ୍ଗ ନେନସନଙ୍କ ମତରେ ଏପ୍ରିଲ ଶେଷ ବେଳକୁ କରୋନାର ପ୍ରକୋପ କମିଯାଇପାରେ ବୋଲି କୁହାଯାଇଛି। ଏହା ସେ ଦାବି କରି ନ ଥିବା ବେଳେ ଅନୁମାନ ଲଗାଇଛନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଆସନ୍ତା ବର୍ଷ ବସନ୍ତ ଋତୁରେ ଏହି ମାହାମାରୀ ଫେରି ନ ପାରେ। ତାଙ୍କ ମତରେ ଏବେ କରୋନା ମୁକାବିଲା ପାଇଁ ବିଭିନ୍ନ ଦେଶ ଯେଉଁଭଳି ପଦକ୍ଷେପ ନେଉଛନ୍ତି ତାକୁ ଦେଖିଲେ ଲାଗୁଛି ଏପ୍ରିଲ ଶେଷ ବେଳକୁ ଏହା ଆୟତ୍ତକୁ ଆସିଯାଇଥିବ। ନିକଟରେ ସେ ଏକ ଟେଲିଭିଜନ ସାକ୍ଷାତ୍‌କାରରେ ଏହା ପ୍ରକାଶ କରିଥିବା ଜଣାପଡିଛି। ସେ ଆହୁରି ମଧ୍ୟ କହିଛନ୍ତି ଗ୍ରୀଷ୍ମ ସମୟରେ କରୋନା ଭୂତାଣୁ ସଂକ୍ରମଣ କମ୍‌ ହେଉଥିବା ବେଳେ ବସନ୍ତ ଋତୁରେ ଏହା ନ ଆସିବ ବୋଲି କହିବା କଷ୍ଟକର ବ୍ୟାପାର। ହେଲେ କରୋନାକୁ ହରାଇବାକୁ ଲକ୍‌ଡାଉନ୍‌ ଏକମାତ୍ର ବିକଳ୍ପ ବୋଲି ମଧ୍ୟ ସେ ମତ ରଖିଛନ୍ତି। ସୂଚନାଯୋଗ୍ୟ, କରୋନା ସଂକ୍ରମଣରେ ଏବେସୁଦ୍ଧା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୫୦ ହଜାର ଅତିକ୍ରମ କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ଅତିକ୍ରମ କରି ଗଲାଣି।

Share