Advertisement

ଏପ୍ରିଲ ୧ରୁ ଘଣ୍ଟାଏରେ ମିଳିବ ଜମିବାଡ଼ି କାଗଜପତ୍ର

ଭୁବନେଶ୍ୱର, ୨୪।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ବିଭାଗ ମୋ ସରକାର ଅଧୀନକୁ ଆସୁଛି। ଏହି କ୍ରମରେ ଫେବୃୟାରୀ ୧୦ରେ ରାଜସ୍ବ ବିଭାଗ ମୋ ସରକାର ଅଧୀନକୁ ଆସିବ। ଏହା ପୂର୍ବରୁ ଯେଉଁ ତହସିଲଦାରଙ୍କ କାମ ବାକି ଅଛି, ସେମାନଙ୍କ ଛୁଟି ବାତିଲ କରାଯାଇଛି। ସେହିଭଳି ଅନେକ କଲେଜ ପ୍ରତିଷ୍ଠା ହୋଇଥିଲେ ବି ସମ୍ପୃକ୍ତ କଲେଜ ନାମରେ ଜମି ନାହିଁ। କଲେଜଗୁଡ଼ିକ ନିଜ ନାମରେ ଜମି କରାଇବାକୁ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶୁକ୍ରବାର ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

ଏତଦ୍‌ବ୍ୟତୀତ ଜମିବାଡ଼ି କାଗଜପତ୍ର ପାଇଁ ଲୋକମାନଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ଆବେଦନର ଏକ ଘଣ୍ଟା ମଧ୍ୟରେ ଜମି କାଗଜପତ୍ର ମିଳିଯିବ। ଆସନ୍ତା ଏପ୍ରିଲ ପହିଲାରୁ ମାତ୍ର ଏକ ଘଣ୍ଟା ମଧ୍ୟରେ ଜମିବାଡ଼ି କାଗଜପତ୍ର ମିଳିବ। ତେବେ ସବ୍‌ରେଜିଷ୍ଟାର ଅଫିସରେ ପଞ୍ଜିକରଣ କରିିବା ପରେ ଉକ୍ତଦିନ ଅପରାହ୍ନରେ ସବୁ ତଥ୍ୟ ମିଳିବ ବୋଲି ସଚିବ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share