ଏପ୍ରିଲ ୧୧ରେ ୧୭ ଆସନରେ ଭୋଟ: ଟିଆର୍‌ଏସ୍‌ର ମିଶନ ୧୬

ହାଇଦ୍ରାବାଦ,୨୮ା୩(ଆଇଏଏନ୍‌ଏସ୍‌): ତେଲେଙ୍ଗାନାରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସାଧାରଣ ନିର୍ବାଚନର ମଇଦାନକୁ ଓହ୍ଲାଇଛି। ବିରୋଧୀ ଦଳଗୁଡ଼ିକ ମଧ୍ୟରେ ନୈରାଶ୍ୟ ଭରିରହିଥିବାବେଳେ ୧୭ରୁ ୧୬ ଲୋକ ସଭା ଆସନ ଦଖଲ ଲକ୍ଷ୍ୟରେ ରହିଛି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ନେତୃତ୍ୱାଧୀନ ଟିଆର୍‌ଏସ୍‌। ତେବେ ଭାଜପା ଓ କଂଗ୍ରେସ ଏଥର ଭିନ୍ନ ରଣନୀତି ଆପଣାଇଥିବାରୁ ତ୍ରିମୁଖୀ ଲଢ଼େଇ ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହିଦିନ ସର୍ବନୂତନ ରାଜ୍ୟ ତେଲେଙ୍ଗାନାର ଆଦିଲାବାଦ, ପେଡ୍ଡାପଲ୍ଲୀ, କରିମନଗର, ନିଜାମାବାଦ, ଜାହିରାବାଦ, ମେଡକ୍‌, ମାଲକାଜଗିରି, ସିକନ୍ଦରାବାଦ, ହାଇଦ୍ରାବାଦ, ଚେଭେଲ୍ଲା, ମେହବୁବ୍‌ନଗର, ନଗରକୁର୍ନୁଲ, ନାଲଗୋଣ୍ଡା, ଭୋଙ୍ଗିର, ଓ୍ବାରଙ୍ଗଲ, ମେହବୁବାବାଦ ଓ ଖମ୍ମାମରେ ଭୋଟଗ୍ରହଣ କରାଯିବ।

ଟିଆର୍‌ଏସ୍‌ ମିଶନ ୧୬ ପାଇଁ ଅଣ୍ଟା ଭିଡ଼ିଥିବାବେଳେ ଏହାର ସହଯୋଗୀ ତଥା ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଇ-ଇତ୍ତେହାଦୁଲ ମୁସଲିମିନ୍‌ (ଏଆଇଏମ୍‌ଆଇଏମ୍‌) ହାଇଦ୍ରାବାଦ ଆସନ ବଞ୍ଚାଇବା ଲାଗି ଉଦ୍ୟମ କରୁଛି। ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ପ୍ରୟାସରତ କେସିଆର୍‌ ଏବଂ ତାଙ୍କ ପୁଅ ତଥା ଟିଆର୍‌ଏସ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ କେ.ଟି. ରାମାରାଓ (କେଟିଆର୍‌) ଦଳୀୟ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। କେନ୍ଦ୍ରରେ ଅଣଭାଜପା ଏବଂ ଅଣକଂଗ୍ରେସ ସରକାର ଗଠନ ପାଇଁ ଟିଆର୍‌ଏସ୍‌ ତଥା ଏହାର ସହଯୋଗୀ ଦଳକୁ ଭୋଟ ଦେବା ପାଇଁ ମତଦାତାଙ୍କୁ କେସିଆର୍‌ ଅନୁରୋଧ କରିଛନ୍ତି। କେଟିଆର୍‌ କହିଛନ୍ତି, ୨୦୧୮ ଡିସେମ୍ବର ୭ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଟିଆର୍‌ଏସ୍‌ ୪୭% ଭୋଟ ପାଇ ୭୫% ଆସନ ଦଖଲ କରିଥିଲା। ଚଳିତ ନିର୍ବାଚନରେ ଲୋକେ କଂଗ୍ରେସ ଓ ଭାଜପାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ତେଣୁ ଏଥର ମଧ୍ୟ ଆମେ ଜିତିବୁ। ପ୍ରକାଶ ଯେ, ୧୧୯ ସଦସ୍ୟତା ବିଶିଷ୍ଟ ବିଧାନସଭା ନିର୍ବାଚନରେ ଟିଆର୍‌ଏସ୍‌ ୮୮ ଆସନରେ ସଫଳତା ପାଇଥିଲା। କଂଗ୍ରେସ ୧୯, ଏଆଇଏମ୍‌ଆଇଏମ୍‌ ୭, ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ୨ ଆସନ ଜିତିଥିବାବେଳେ ଭାଜପା ଏବଂ ଅଲ୍‌ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ୍‌ କେବଳ ଖାତା ଖୋଲି ପାରିଥିଲେ। ୨ ସ୍ବାଧୀନ ଏବଂ ଜଣେ ଟିଡିପି ବିଧାୟକ ଟିଆର୍‌ଏସ୍‌ରେ ସାମିଲ ହୋଇଛନ୍ତି। ନିକଟରେ ୯ କଂଗ୍ରେସ ବିଧାୟକ ଟିଆର୍‌ଏସ୍‌ରେ ଯୋଗଦେବା ପରେ ଶାସକ ଦଳର ବିଧାୟକ ସଂଖ୍ୟା ୧୦୦ ଛୁଇଁଛି। ୨୦୧୪ ଲୋକ ସଭା ନିର୍ବାଚନରେ ଟିଆର୍‌ଏସ୍‌ ୧୧ ଓ କଂଗ୍ରେସ ୨ ଆସନ ଦଖଲ କରିଥିଲେ। ସେହିପରି ଟିଡିପି, ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି, ଭାଜପା ଏବଂ ଏଆଇଏମ୍‌ଆଇଏମ୍‌କୁ ଗୋଟିଏ ଲେଖାଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କଂଗ୍ରେସରେ କୌଣସି ଆକର୍ଷଣୀୟ ନେତୃତ୍ୱ ନ ଥିବା ସତ୍ତ୍ୱେ ଦଳ ୫ ଆସନରେ ଟିଆର୍‌ଏସ୍‌କୁ କଡ଼ା ଟକ୍କର ଦେବ। ସେହିପରି ସିକନ୍ଦରାବାଦ, ନିଜାମାବାଦ, ମେହବୁବନଗର ଓ କରିମନଗରରେ ଭାଜପା ସ୍ଥିତି ଭଲ ଥିବାରୁ ଏହି ଆସନଗୁଡ଼ିକରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କୁହାଯାଉଛି। ଟିଆର୍‌ଏସ୍‌ ସିକନ୍ଦରାବାଦ ଓ ଖମ୍ମାମ ସମେତ ୪ ଆସନର ବିଦାୟୀ ଏମ୍‌ପିଙ୍କ ଟିକେଟ କାଟି ନୂଆମୁହଁଙ୍କୁ ସୁଯୋଗ ଦେଇଛି। ଅନ୍ୟପକ୍ଷରେ ତେଲେଙ୍ଗାନାର ଜଣେ ମାତ୍ର ଭାଜପା ଏମ୍‌ପି ଥିବା ବନ୍ଦାରୁ ଦତ୍ତାତ୍ରେୟଙ୍କୁ ଗୈରିକ ଦଳ ଏଥର ଟିକେଟ ଦେଇନାହିଁ। ତାଙ୍କ ସ୍ଥାନରେ ସିକନ୍ଦରାବାଦରୁ ଜି. କ୍ରିଷନ୍‌ଙ୍କୁ ପ୍ରାର୍ଥୀ ହେବା ପାଇଁ ସୁଯୋଗ ମିଳିଛି। ଏହି ଆସନରେ କଂଗ୍ରେସ ପୂର୍ବତନ ଏମ୍‌ପି ଅଞ୍ଜନ କୁମାର ଯାଦବଙ୍କୁ ପ୍ରାର୍ଥୀ କରିଥିବାବେଳେ କେସିଆର୍‌ କ୍ୟାବିନେଟର ମନ୍ତ୍ରୀ ଟି. ଶ୍ରୀନିବାସ ଯାଦବଙ୍କ ପୁଅ ସାଇ କିରନ ଯାଦବଙ୍କୁ ଟିଆର୍‌ଏସ୍‌ ଟିକେଟ ଦେଇଛି। ବିରୋଧୀ ସିପିଆଇ ଏବଂ ତେଲେଙ୍ଗାନା ଜନ ସମିତି (ଟିଜେଏସ୍‌) ଦୁଇଟି ଲେଖାଏ ଆସନରେ ପ୍ରାର୍ଥୀ ଦେଇଛନ୍ତି। ଆନ୍ଧ୍ରରେ କ୍ଷମତାସୀନ ଟିଡିପି ୧୯୮୨ରେ ଗଠନ ହେବା ପରଠାରୁ ପ୍ରଥମଥର ପାଇଁ  ତେଲେଙ୍ଗାନା ଲୋକ ସଭା ନିର୍ବାଚନରେ ପ୍ରାର୍ଥୀ ଦେଇନାହିଁ। ଏଠାରେ କଂଗ୍ରେସକୁ ଟିଡିପି ସମର୍ଥନ କରିବ ବୋଲି ଘୋଷଣା କରିଛି, ଯାହାକି ବିଶେଷ ଫଳପ୍ରଦ ହେବନାହିଁ ବୋଲି ରାଜନୈତିକ ବିଶ୍ଳେଷକ ତେଲାକାପଲ୍ଲୀ ରବି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କ ଘର ଉପରେ ବଡ଼ ଆକ୍ରମଣ, ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଦେଲେ ସାଂଘାତିକ କଥା

ଜେରାଜୁଲମ,୧୭।୧୧:ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ହତ୍ୟା ଉଦ୍ୟମ। ତାଙ୍କ ଘର ଉପରକୁ ହୋଇଛି ବଡ଼ ଆକ୍ରମଣ। ବୋମା ମାଡ କଲା ହେଜବୁଲ୍ଲା। ଆତଙ୍କବାଦୀ ସଙ୍ଗଠନ ହେଜବୁଲ୍ଲା...

ଭାରତକୁ ୧୪୦୦ ପ୍ରାଚୀନ କଳାକୃତି ଫେରାଇଲା ଆମେରିକା

ନ୍ୟୁୟର୍କ, ୧୭।୧୧: ଆମେରିକା ପକ୍ଷରୁ ୧୦୦ ଲକ୍ଷ ଡଲାର ମୂଲ୍ୟର ୧୪୦୦ରୁ ଅଧିକ ପ୍ରାଚୀନ କଳାକୃତିଗୁଡ଼ିକୁ ଭାରତକୁ ହସ୍ତାନ୍ତର କରାଯାଇଛି। ନ୍ୟୁୟର୍କରେ ଆୟୋଜିତ ଏକ ସମାରୋହରେ...

ବାଇଡେନ୍‌ଙ୍କ ଭଳି ସ୍ମୃତିଶକ୍ତି ହରାଇ ବସିଲେଣି ମୋଦି: ରାହୁଲ ଗାନ୍ଧୀ

ଅମରାବତୀ,୧୭ା୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ମୃତିଶକ୍ତି ହରାଇବସିଲେଣି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ମହାରାଷ୍ଟ୍ରରେ...

ଅଭିନେତ୍ରୀ କସ୍ତୁରୀ ଗିରଫ

ହାଇଦ୍ରାବାଦ, ୧୬।୧୧: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ କସ୍ତୁରୀ ଶଙ୍କରଙ୍କୁ ଗିରଫ କରାଯାଇଛି। କିଛି ଦିନ ପୂର୍ବରୁ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସେ...

ଦିଲ୍ଲୀରେ ସ୍ଥିର ହେବ ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ? ମାଧବୀଙ୍କ ବଡ ବୟାନ

ନୂଆଦିଲ୍ଲୀ,୧୬।୧୧: ମହାରାଷ୍ଟ୍ର ନିର୍ବାଚନକୁ ନେଇ ତେଲଙ୍ଗାନାର ଭାଜପା ନେତା ମାଧବୀ ଲତାଙ୍କ ମଧ୍ୟ ଆକ୍ଟିଭ ହୋଇଛନ୍ତି। ମାଧବୀ ଲତା ଏକନାଥ ଶିନ୍ଦେଙ୍କୁ ବାଲାସାହେବ ଠାକରେଙ୍କ ପ୍ରକୃତ...

ହିନ୍ଦୁଙ୍କ ଉପରେ ଆଙ୍ଗୁଠି ଉଠାଇଲେ, ଶେଷ ହେବ…, ଭାଜପା ବିଧାୟକଙ୍କ ବୟାନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୬।୧୧: ତେଲଙ୍ଗାନାର ଗୋଶାମାହାଲରୁ ଭାଜପା ବିଧାୟକ, ଟି ରାଜା ମଧ୍ୟ ଦିଲ୍ଲୀରେ ଆୟୋଜିତ ସନାତନ ଧର୍ମ ସଂସଦରେ ଅଂଶଗ୍ରହଣ କରିଥିଲେ ଏବଂ ସନାତନ ବୋର୍ଡର ଦାବିକୁ...

ଦାଣ୍ଡ ମଝିରେ ଯୁବକଙ୍କୁ ଗୁଳି, କାନ୍ଧରେ ବାଜି…

ନବରଙ୍ଗପୁର/ଝରିଗାଁ,୧୬ା୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧୀନ ବାସୁଦେବଗୁଡ଼ା ଗାଁର ଡମନା ଭତରା(୩୦)ଙ୍କୁ ସେହିଗାଁର କପୁର ଭତରା ଦେଶୀ ବନ୍ଧୁକରେ ଗୁଳି...

ଜିଲା ମୁଖ୍ୟ ଚିକିତ୍ସାଳୟରେ ବଢୁଛି ଚୋରି, ରୋଗୀଙ୍କୁ ଲୁଟୁଛନ୍ତି…

କେନ୍ଦୁଝର,୧୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟ ପରିସରରୁ ରୋଗୀ ତଥା ରୋଗୀ ସମ୍ପର୍କୀୟଙ୍କ ବିଭିନ୍ନ ସାମଗ୍ରୀ ଚୋରି ହେଉଛି। ଫଳରେ ଏହାକୁ ନେଇ ଅସନ୍ତୋଷ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri