ଭେଟେରାନ ଅଭିନେତା ତଥା ଅନ୍ତର୍ଜାତୀୟ ତାରକା ଇରଫାନ୍ ଖାନ୍ ଲମ୍ବା ବ୍ୟବଧାନ ପରେ ପୁଣିଥରେ ଫିଲ୍ମ ‘ଇଂଗ୍ରେଜି ମିଡିୟମ୍’ ମାଧ୍ୟମରେ ବଡ଼ ପରଦାକୁ ଫେରୁଛନ୍ତି। ଏହି ଫିଲ୍ମକୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ଚାହିଁ ବସିଛନ୍ତି। ଇତି ମଧ୍ୟରେ ଇର୍ଫାନ୍ଙ୍କ ଆଉ ଏକ ଫିଲ୍ମ ରିଲିଜ୍ ହେବ ବୋଲି ଶୁଣିବାକୁ ମିଳୁଛି। ଉକ୍ତ ଫିଲ୍ମଟି ହେଲା ‘ଅପନୋ ସେ ବେବଫାଇ’। ଏହା ଏପ୍ରିଲ ୨ ରେ ରିଲିଜ୍ ହେବ। ଫିଲ୍ମର ନିର୍ଦ୍ଦେଶକ ପ୍ରକାଶ ଭାଲେକର ଏହା ସ୍ପଷ୍ଟ କରିଛନ୍ତି। ଇର୍ଫାନ୍ଙ୍କ ଦେହ ଖରାପ ହେବା ପୂର୍ବରୁ ଅର୍ଥାତ୍ ୨ ବର୍ଷ ପୂର୍ବରୁ ଫିଲ୍ମର ଶୁଟିଂ ଶେଷ ହୋଇଥିଲା। ମାତ୍ର ଅର୍ଥ ଅଭାବରୁ ଏହା ରିଲିଜ୍ ହୋଇପାରି ନ ଥିବା ନିର୍ଦ୍ଦେଶକ ପ୍ରକାଶ କହିଛନ୍ତି।