ଏପ୍ରିଲ ୨ରେ ହେବ ବାଲ ବାଟିକା “ଖଡ଼ିଛୁଆଁ ” ଓ ପ୍ରବେଶ ଉତ୍ସବ: ନାମ ଲେଖାଇବେ …

ବରଗଡ଼, ୨୧।୩(ପ୍ରେମାନନ୍ଦ ଖମାରୀ) – ଆସନ୍ତା ଏପ୍ରିଲ ମାସ ୨ ତାରିଖ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ବାଲ ବାଟିକା ପାଇଁ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରତ୍ୟେକ ଜିଲାରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଦତ୍ତ ନିମନ୍ତ୍ରଣ ପତ୍ର ବଣ୍ଟନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବରଗଡ଼ ବ୍ଲକ ସରସରା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଜିଲାପାଳ ଗୋୟଲ ପରିଦର୍ଶନ କରିବା ସହ ଉକ୍ତ ଗ୍ରାମ ମାନଙ୍କରେ ପହଞ୍ଚି ଛାତ୍ରୀଛାତ୍ର, ଅଭିଭାବକ ଏବଂ ଗ୍ରାମବାସୀମାନଙ୍କୁ ଭେଟି ଆସନ୍ତା ଏପ୍ରିଲ ମାସ ୨ ତାରିଖରେ ହେବାକୁ ଥିବା ପ୍ରବେଶ ଉତ୍ସବ ଓ “ଖଡ଼ି ଛୁଆଁ “ପର୍ବ ରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ । ଏହି ଅବସରରେ ଜିଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ, ବରଗଡ଼ ବିଡ଼ିଓ ବ୍ରେସିୟସ୍ ଡୁଙ୍ଗଡୁଙ୍ଗ, ବ୍ଲକ ଶିକ୍ଷା ଅଧିକାରୀ ଡଃ ସୁରେନ୍ଦ୍ର କୁମାର ସାହୁଙ୍କ ସମେତ ସମଗ୍ର ଶିକ୍ଷା ବିଭାଗର ସମସ୍ତ ପଦାଧିକାରୀବୃନ୍ଦ, ସ୍ଥାନୀୟ ସିଆରସିସି ଉପସ୍ଥିତ
ରହିଥିଲେ। ସେମାନେ ନିମନ୍ତ୍ରଣ ପତ୍ର ବଣ୍ଟନ କରିବା ସହ ବାଲ ବାଟିକା ପାଇଁ ହେବାକୁ ଥିବା ପ୍ରବେଶ ଉତ୍ସବ ସମ୍ବନ୍ଧରେ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ବାଲ୍ ବାଟିକା ଓ ଗ୍ରେଡ ୱାନ ୨୦୨୫ -୨୬ ନାମ ଲେଖା ପାଇଁ ବରଗଡ଼ ବ୍ଲକରେ ୧୪୦୫, ଅତାବିରାରେ ୧୦୮୦ ଅମ୍ବାଭୋନାରେ ୫୦୪,ବରପାଲିରେ ୭୭୭, ଭଟଲିରେ ୬୧୨
ଭେଡେନରେ ୮୩୦, ବିଜେପୁରରେ ୭୪୮, ଗାଇସିଲେଟରେ ୮୯୭, ଝାରବନ୍ଧରେ ୭୯୬, ପାଇକମାଳରେ ୭୯୮, ସୋହେଲା ବ୍ଲକରେ ୧୦୯୨ ଜଣ ଅର୍ଥାତ୍ ସର୍ବମୋଟ ୧୦୪୯୪ ଜଣ ୫ବର୍ଷ ଯୁକ୍ତ ବୟସର ଛାତ୍ରୀଛାତ୍ର ନାମ ଲେଖାଇବା ପାଇଁ ଯୋଗ୍ୟ ହୋଇଛନ୍ତି । ଠିକ୍ ସେହିପରି ୧୨ ବ୍ଲକରେ ୬ବର୍ଷ ଯୁକ୍ତ ବୟସର ନାମ ଲେଖାଇବାକୁ ଥିବା ଯୋଗ୍ୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୬୭୧୯ ଜଣ ରହିଛି। ଏଭଳିଭାବେ ବରଗଡ଼ ଜିଲାରେ ସର୍ବ ମୋଟ ୧୭ହଜାର ୨୧୩ ଜଣ ଛାତ୍ରୀଛାତ୍ର ବାଲ ବାଟିକାରେ ନାମ ଲେଖାଇବେ ବୋଲି ଶିକ୍ଷା ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ମା’ କାଳୀଙ୍କ ଦଣ୍ଡଯାତ୍ରା, ଗଞ୍ଜାମ ସହର ଚଳଚଞ୍ଚଳ

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ ): ଆସନ୍ତା ୨୫ରୁ ଆରମ୍ଭ ହେବ ଗଞ୍ଜାମ ଜିଲା ପ୍ରସିଦ୍ଧ ମା କାଳୀଙ୍କ ଦଣ୍ଡଯାତ୍ରା l ଏଥିପାଇଁ ଗଞ୍ଜାମ ସହର ସମେତ ଆଖପାଖ...

ଦରମାରେ ଗ୍ରାମଦେବୀଙ୍କ ପାଖେ ମାର୍ଜନା ହୋଇଥିଲା

କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଣ୍ଡିରା ଗ୍ରାମପଞ୍ଚାୟତର ତୁଳସୀପୁର ଗ୍ରାମରେ ଥିବା ଏକ ସାଧାରଣ କୃଷକ ପରିବାରରେ ମୋ ଜନ୍ମ। ପିଲାଟିବେଳୁ ପାଠପଢ଼ାରେ ଖୁବ୍‌ ଭଲ...

ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟ ହେବନାହିଁ ପରିବେଷଣ : ଆଇନ ଶୃଙ୍ଖଳା ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଆସନ୍ତା ଏପ୍ରିଲ ପହିଲାରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡନାଚ ପରିବେଷଣ ହେବ। ଏହିଭଳି ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ବିଭିନ୍ନ...

ଦୀର୍ଘ ୧୪ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର, କହିଲେ ଖସି ଆସି…

ଜୟପୁର,୨୩।୩: ଦୀର୍ଘ ୧୪ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର।  କୋରାପୁଟ ଜିଲା  ବିସିଂପୂର ଥାନା ଅନ୍ତର୍ଗତ କିରମଗୁଡ଼ା ଗାର ଦୁର୍ଗମ ପାହାଡ଼ିଆ ଇଲକାର ଏକ ଘରେ...

କାଳବୈଶାଖୀ କ୍ଷୟକ୍ଷତି ସମୀକ୍ଷା: ମନ୍ତ୍ରୀ କହିଲେ ଆଜି ମିିଳିବ ଟଙ୍କା, ଜାଣନ୍ତୁ କାହାକୁ କେମିତି ମିଳିବ…

ବାରିପଦା,୨୩ା୩: ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରାଜସ୍ବ ମନ୍ତ୍ରୀସୁରେଶ ପୂଜାର ବାଙ୍ଗିରିପୋଷିରେ କ୍ଷୟକ୍ଷତି ସମୀକ୍ଷା କରିଛନ୍ତି।...

ପ୍ରମାଣ ଅଭାବରୁ ଉପ ଆରକ୍ଷୀ ଅଧିକ୍ଷକ ଖଲାସ

ନୂଆପଡ଼ା,୨୩ା୩(ମକାରୁ ବେମାଲ): ଏକ ଲାଞ୍ଚ ଗ୍ରହଣ ମାମଲାର ଶନିବାର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ବଦ୍ରି ନାରାୟଣ ନନ୍ଦ ଶୁଣାଣି କରିଛନ୍ତି। ସମସ୍ତ ସାକ୍ଷ୍ୟମାନଙ୍କ ବୟାନ ଅନୁସାରେ...

ରୋଷେଇ କରୁଥିବା ବେଳେ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଦିଗପହଣ୍ଡି,୨୩ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ପଞ୍ଚାୟତ ବାଲିଆ ଗ୍ରାମରେ ରବିବାର ସକାଳେ ଝିଲି ସ୍ବାଇଁ(୩୫) ନାମ୍ନୀ ଜଣେ ମହିଳା ନିଆଁରେ...

ସମବାୟ ସମିତିରେ ଅନିୟମିତତା: ସମ୍ପାଦକ ନିଲମ୍ବିତ

ହିଞ୍ଜିଳିକାଟୁ(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ସାରୁ ପ୍ରାଥମିକ ସମବାୟ ସମିତିରେ ବିଭିନ୍ନ ସମୟରେ ଅନିୟମିତତା ଅଭିଯୋଗ ହୋଇଛି। ଖାଲି ପଡ଼ିଆରେ ଧାନଚାଷ ହୋଇଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image