Categories: ଜାତୀୟ

ଏପ୍ରିଲ ୩୦ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ବଦ୍ରିନାଥଙ୍କ କବାଟ

ଡେରାଡୁନ,୨୯।୧: ଉତ୍ତରାଖଣ୍ଡର ହିମାଳୟରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥଙ୍କ ମନ୍ଦିର କିଛି ମାସ ହେଲା ବନ୍ଦ ରହିଛି। ତେବେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ମନ୍ଦିରର ଦ୍ୱାର ଏପ୍ରିଲ ୩୦ରୁ ଖୋଲାଯିବ ବୋଲି ସୂଚନା ମିଳିଛି। ବୁଧବାର ବସନ୍ତ ପଞ୍ଚମୀ ଅବସରରେ ଟିହରି ଜିଲାର ନରେନ୍ଦ୍ରନଗରସ୍ଥିତ ଟିହରି ରାଜଦରବାରର ଜ୍ୟୋତିର୍ବିଦ୍‌ ଏହି ତିଥି ବାହାର କରିଥିବା ଜଣାପଡ଼ିଛି। ଏପ୍ରିଲ ୩୦ର ବ୍ରାହ୍ମ ମୁହୂର୍ତ୍ତରେ ଭଗବାନ ବଦ୍ରିନାଥଙ୍କ ମହାଭିଷେକ କରାଯିବ। ଏହି ମହାଭିଷେକ ରାଶି ତେଲରେ କରାଯାଉଥିବାରୁ ଏହାକୁ ପେଡ଼ିବା ପାଇଁ ଏପ୍ରିଲ ୧୮ ତାରିଖକୁ ଧାର୍ଯ୍ୟ କରାଯାଇଛି। ଶୀତଋତୁ ସମୟରେ ଏଠାକାର ସ୍ଥାନ ବରଫ ଚାଦରରେ ଆଚ୍ଛାଦିତ ହୋଇଯାଉଥିବାରୁ ଏହି ସମୟରେ ପ୍ରତ୍ୟେକ ବର୍ଷ ବଦ୍ରିନାଥ କବାଟ ବନ୍ଦ କରାଯାଇଥାଏ। ହେଲେ ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ତାରିଖରେ ଏହି କବାଟ ବନ୍ଦ ହୋଇଥାଏ। ଗତବର୍ଷ ନଭେମ୍ବର ୧୭ ବିଜୟା ଦଶମୀ ଅବସରରେ ଏକ ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇ ମନ୍ଦିର କବାଟ ବନ୍ଦ କରାଯାଇଥିଲା।

Share