ଏପ୍ରିଲ ୩୦ ପରେ ହେବ ନବମ ଶ୍ରେଣୀ ପରୀକ୍ଷା!

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉ ଥିବା ବେଳେ ପରିସ୍ଥିତି ସଙ୍ଗିନ ହୋଇପଡ଼ିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନବମ ଓ ଏକାଦଶ ଶ୍ରେଣୀ ପିଲାମାନଙ୍କୁ ସ୍କୁଲ ଯିବାକୁ ବାରଣ କରିଥିଲେ। ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ସ୍କୁଲ ନ ଯିବାକୁ କୁହାଯାଇଥିଲା। ତେବେ ଏ ବର୍ଷ ସେମାନଙ୍କର ପରୀକ୍ଷା ହେବ ନା ନାହିଁ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ରବିବାର ଏ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ସରକାର ଚାହୁଁଛନ୍ତି ନବମ ଶ୍ରେଣୀ ଛାତ୍ରୀଛାତ୍ର ବାର୍ଷିକ ପରୀକ୍ଷା ଦିଅନ୍ତୁ। ଯଦିଓ ପୂରା କୋର୍ସ ସରିନାହିଁ, ତଥାପି ସରକାର ପରୀକ୍ଷା କରିବାକୁ ଚାହୁଁଛନ୍ତି। କିନ୍ତୁ ୩୦ ତାରିଖ ପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Share