Advertisement

ଏଫ୍‌ଆଇଏଚ୍‌ ଟ୍ରଫି ସହ ‘ମୋ ବସ୍‌’ରେ ଗଲେ ଭାରତୀୟ ହକି ଦଳ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଭାରତୀୟ ହକି ଦଳର ଖେଳାଳିମାନେ ଏଫ୍‌ଆଇଏଚ୍‌ ଟ୍ରଫି ସହ ଶୁକ୍ରବାର ‘ମୋ ବସ୍‌’ରେ କଳିଙ୍ଗ ଷ୍ଟାଡିୟମ୍‌ ଆସିଥିଲେ। ଏନେଇ କ୍ୟାପିଟାଲ ରିଜିୟନ୍‌ ଅର୍ବାନ ଟ୍ରାନ୍‌ପୋର୍ଟ (କ୍ରୁଟ୍‌) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସେମାନଙ୍କ ଯାତାୟାତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଖେଳାଳିମାନଙ୍କ ସହ ମୋ ବସ୍‌ ହକି କୁଇଜ୍‌ର ବିଜେତା ଓ କେତେଜଣ ସାଧାରଣ ଲୋକ ଯାତ୍ରା କରିବାର ସୁଯୋଗ ପାଇଥିଲେ। ହକି ପ୍ରେମୀଙ୍କ ପାଇଁ କ୍ରୁଟ୍‌ ପକ୍ଷରୁ ଦିଆଯାଇଥିବା ଉପହାରକୁ ସମସ୍ତେ ସ୍ବାଗତ କରିଥିଲେ। ଖେଳାଳିମାନେ ହୋଟେଲ ସ୍ୟାଣ୍ଡିସ୍‌ ଟାଓ୍ବାରରୁ ଅପରାହ୍ନ ସାଢ଼େ ଗୋଟେରୁ ବାହାରି ୧.୪୫ରେ କଳିଙ୍ଗ ଷ୍ଟାଡିୟମ୍‌ ନିକଟରେ ପହଞ୍ଚିଲେ। ହୋଟେଲରୁ ଷ୍ଟାଡିୟମ୍‌କୁ ବସ୍‌ରେ ଯାତ୍ରା କରିବା ସମୟରେ ଫ୍ୟାନ୍‌ମାନେ ଖୋଳାଳିମାନଙ୍କ ସହ ବାର୍ତ୍ତାଳାପ କରିବା ସହ ସେଲଫି ନେଇଥିଲେ। ପରେ ଖେଳାଳିମାନେ ମୋ ସାଇକେଲ ଚଳାଇ ଗେଟ୍‌ ନଂ. ୩ ଦେଇ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share