Categories: ଖେଳ

ଏଫ୍‌ଆଇଏଚ୍‌ ମହିଳା ହକି:ଭାରତୀୟ ମହିଳା ଦଳର ଜାପାନ ଗସ୍ତ

ନୂଆଦିଲ୍ଲୀ, ୮ା୬(ପିଟି)- ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟର ଅଂଶ ଏଫ୍‌ଆଇଏଚ୍‌ ମହିଳା ସିରିଜ୍‌ ହକି ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ ଭାରତୀୟ ମହିଳା ଦଳ ଶନିବାର ଜାପାନର ହିରୋସିମା ଗସ୍ତ କରିଛି। ସ୍ପେନ, ମାଲେସିଆ ଓ ରିପବ୍ଲିକ ଅଫ୍‌ କୋରିଆ ଗସ୍ତରୁ ମିଳିଥିବା ସଫଳତା ପରେ ଆମେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ ଜାପାନ ଗସ୍ତ କରୁଛୁ। ଦଳରେ ସାମିଲ ଥିବା ପ୍ରାୟ ଖେଳାଳି କିଛି ବର୍ଷ ହେଲା ନିୟମିତ ଖେଳୁଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ କରି ୨୦୧୬ରେ ଇତିହାସ ରଚିଥିଲୁ। ଏଥର ମଧ୍ୟ ସମାନ ସଫଳତା ଦୋହରାଇବା ଲାଗି ଲକ୍ଷ୍ୟ ରଖିଛୁ। ଏଥିନେଇ ଆମ ଦଳ ବେଶ ଦକ୍ଷ ବୋଲି ଅଧିନାୟିକା ରଣୀ ରାମ୍‌ପାଲ କହିଛନ୍ତି। ଭାରତୀୟ ଦଳ, ପୋଲାଣ୍ଡ, ଉରୁଗୁଏ ଓ ଫିଜି ସହ ପୁଲ ଏ’ରେ ସ୍ଥାନ ପାଇଛି। ୧୮ତମ ଏସିଆନ୍‌ ଗେମ୍ସ ଚାମ୍ପିୟନ ଜାପାନ, ଚିଲି, ରୁଷିଆ ଓ ମେକ୍ସିକୋ ଭଳି ଦଳକୁ ପୁଲ ବି’ ରଖାଯାଇଛି। ଭାରତୀୟ ଦଳ ୧୫ ତାରିଖରେ ଉରୁଗୁଏ ବିପକ୍ଷରେ ଅଭିଯାନ ଆରମ୍ଭ କରିବ।

Share