Categories: ଖେଳ

ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ: ପ୍ରଥମ ମ୍ୟାଚ୍‌ ଜିତିଲା ଆମେରିକା

ଭୁବନେଶ୍ୱର, ୬।୬- ଐତିହାସିକ କଳିଙ୍ଗ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ ହକି ଟୁର୍ନାମେଣ୍ଟ ଆରମ୍ଭ ହୋଇଯାଇଛି। ପୁଲ ବି’ର ପ୍ରଥମ ମ୍ୟାଚ୍‌ରେ ଆମେରିକା ୨-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ବିଜୟୀ ଦଳ ପାଇଁ ଡେ ଏଞ୍ଜିଲେସ ଖ୍ରିଷ୍ଟିଆନ ଓ ସିଙ୍ଗ ପଲ ଦୁଇଟି ଗୋଲ ଦେଇଥିଲେ। ମ୍ୟାଚ୍‌ ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ଗୋଲ ଶୂନ୍ୟ ହୋଇ ରହିଥିଲା। ଅନ୍ତିମ କ୍ୱାର୍ଟରରେ ଆମେରିକାକୁ ମିଳିଥିବା ପେନାଲ୍ଟି କର୍ନରକୁ ଖ୍ରିଷ୍ଟିଆନ (୪୭ତମ ମିନିଟ୍‌) ଗୋଲରେ ପରିଣତ କରିଥିଲେ। ଏହାର ୧୦ ମିନିଟ୍‌ ପରେ ସିଙ୍ଗ ପଲ ଏକ ଫିଲ୍ଡ ଗୋଲ ଦେଇ ଦଳର ଅଗ୍ରଣୀ ବ୍ୟବଧାନକୁ ୨-୦କୁ ବୃଦ୍ଧି କରିଥିଲେ।

Share