Categories: ବାଣିଜ୍ୟ

ଏଫ୍‌ଏମ୍‌ସିଜି କ୍ଷେତ୍ର ସାମ୍ନାରେ ବଡ ଅନିଶ୍ଚିତତା

ନୂଆଦିଲ୍ଲୀ,୮।୬: କରୋନା ଦେଶର ବାଣିଜି୍ୟକ ସ୍ଥିତିକୁ କ୍ଷତି ପହଞ୍ଚାଇଥିବା ବେଳେ ବର୍ତ୍ତମାନ ଏଫ୍‌ଏମ୍‌ସିଜି କ୍ଷେତ୍ରରେ ବଡ ଅନିଶ୍ଚିତତା ଦେଇ ଗତି କରୁଥିବା ପ୍ରମୁଖ ଏଫ୍‌ଏମସିଜି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ସୂଚନା ଦେଇଛି। କରୋନା ଯୋଗୁ ବଜାରର ସ୍ଥିତି ବର୍ତ୍ତମାନ ଟ୍ରାକ୍‌କୁ ଫେରିପାରୁ ନାହିଁ। ବର୍ତ୍ତମାନର ସଙ୍କଟକୁ ଟାଳିବା ପାଇଁ ଏମ୍‌ଏମ୍‌ସିଜି କ୍ଷେତ୍ର ପ୍ରୟାସ ଜୋରଦାର କରିଛି। ଅର୍ଥନୈତିକ ସମସ୍ୟା ସହ ବଜାର ଜୁଝୁ ଥିବାବେଳେ ଢାଞ୍ଚାଗତ ଭାବେ ଗଭୀର ପରିମାଣର କ୍ଷତି ସହିଛି। ଏଭଳି ସ୍ଥିତିକୁ ନଜରରେ ରଖି କମ୍ପାନୀଗୁଡିକ ସେମାନଙ୍କ କୌଶଳରେ ପରିବର୍ତ୍ତନ ଆଣିଛନ୍ତି ବୋଲି ହିନ୍ଦୁସ୍ତାନ ୟୁନିଲିଭରର ଅଧ୍ୟକ୍ଷ ସଞ୍ଜୀବ ମେହେଟା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯୋଗାଣ ଏବଂ ଚାହିଦା ଏବେ ନାହିଁ। ଏହା ଶୀଘ୍ର ଫେରିବା ନେଇ ମଧ୍ୟ କିଛି ସ୍ପଷ୍ଟ ଭାବେ କହି ହେବ ନାହିଁ। ବ୍ରାଣ୍ଡଗୁଡିକ ତିଷ୍ଠି ରହିବା ଲାଗି ଉଦ୍ୟମ ଲଗାଉଛନ୍ତି। ଭାରତ ଏଫ୍‌ଏମ୍‌ ସିଜି ପ୍ରଡକ୍ଟ କ୍ଷେତ୍ରରେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ହୋଇଥିଲେ ମଧ୍ୟ ମୁଣ୍ଡ ପିଛା ସାମଗ୍ରୀ ବ୍ୟବହାର କ୍ଷେତ୍ରରେ ବିଶ୍ୱ ବଜାର ତୁଳନାରେ ବହୁ ପଛୁଆ ରହିଛି। ଏ କ୍ଷେତ୍ରରେ ଏଫ୍‌ଏମ୍‌ସିଜି କ୍ଷେତ୍ରକୁ ବହୁ ଆଗକୁ ବଢିବାକୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share