Categories: ବାଣିଜ୍ୟ

ଏଫ୍‌ଡିଆଇ ଆଗମନ ୬ ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ,୨୯-୫: ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି(ଏଫ୍‌ଡିଆଇ) ଆଗମନ ପ୍ରଥମଥର ୬ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ଏହା ୧ % ହ୍ରାସ ପାଇ ମାତ୍ର ୪୪.୩୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ସରକାରୀ ତଥ୍ୟ ଅନୁଯାୟୀ ଟେଲିକମ୍‌, ଫାର୍ମା ଏବଂ ଅନ୍ୟ ସେକ୍ଟରଗୁଡ଼ିକରେ ବିଦେଶୀ ପୁଞ୍ଜିନିବେଶ ବହୁମାତ୍ରାରେ ହ୍ରାସ ପାଇଛି। ଡିପାର୍ଟମେଣ୍ଟ ଫର୍‌ ପ୍ରମୋଶନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ୍‌ ଇଣ୍ଟରନାଲ ଟ୍ରେଡ୍‌(ଡିପିଆଇଆଇଟି)ର ତଥ୍ୟ ଅନୁଯାୟୀ, ୨୦୧୭-୧୮ରେ ଦେଶରେ ୪୪.୮୫ ବିଲିୟନ ଡଲାର ବିଦେଶୀ ପୁଞ୍ଜି ନିବେଶ ହୋଇଥିଲା। ୬ ବର୍ଷ ପୂର୍ବେ ଶେଷ ଥର ପାଇଁ ଆର୍ଥିକ ବର୍ଷ ୨୦୧୨-୧୩ରେ ଏଫ୍‌ଡିଆଇ ପରିମାଣ ୩୬% ହ୍ରାସ ପାଇ ସର୍ବନିମ୍ନ ସ୍ତର ୨୨.୪୨ ବିଲିୟନ ଡଲାରକୁ ଖସି ଆସିଥିଲା। ତା’ପୂର୍ବ ବର୍ଷ ଅର୍ଥାତ୍‌ ୨୦୧୧-୧୨ରେ ଏହା ୩୫.୧୨ ବିଲିୟନ ଡଲାର ରହିଥିଲା। ୨୦୧୨-୧୩ ପରେ ଦେଶରେ ବିଦେଶୀ ପୁଞ୍ଜି ନିବେଶ କ୍ରମାଗତ ବଢ଼ିଚାଲିଥିଲା ଏବଂ ୨୦୧୭-୧୮ରେ ଏହା ରେକର୍ଡ ସ୍ତରରେ ପହଞ୍ଚତ୍ଥିଲା।

Share