Categories: ବାଣିଜ୍ୟ

ଏଫ୍‌ଡି ସୁଧ ହାର କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୨୪-୮: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ଏଫ୍‌ଡି ଉପରେ ସୁଧ ହାର ହ୍ରାସ ଘୋଷଣା କରିଛି। ଏଣିକି ସମସ୍ତ ପ୍ରକାର ଏଫ୍‌ଡି ଉପରେ ସୁଧ ହାର କମିବ। ଏହା ଉଭୟ ବଲ୍କ ଓ ରିଟେଲ ଜମା ଉପରେ ଆସନ୍ତା ୨୬ରୁ ଲାଗୁ ହେବ। ବଲ୍କ ଜମା ଉପରେ ସୁଧ ହାର ୦.୩ରୁ ୦.୭% ଏବଂ ରିଟେଲ ଜମା ଉପରେ ୦.୧ରୁ ୦.୫% ହ୍ରାସ ପାଇବ ବୋଲି କୁହାଯାଇଛି। ତେବେ ସଞ୍ଚୟ ଜମା ଉପରେ ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି। ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ସୁଧ ହାର ୩% ଏବଂ ତହିଁରୁ ଊର୍ଦ୍ଧ୍ୱ ହେଲେ ୩.୫% ସୁଧ ମିଳିବା ଜାରି ରହିବ। ମେ’ ପହିଲାରୁ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସଞ୍ଚୟ ଜମା ଉପରେ ସୁଧହାରକୁ ରେପୋ ରେଟ ସହ ଯୋଡି ଦିଆଯିବ ବୋଲି ବ୍ୟାଙ୍କ ପୂର୍ବରୁ ଘୋଷଣା କରିସାରିଥିଲା। ଆର୍‌ବିଆଇ ପକ୍ଷରୁ ରେପୋ ରେଟ ହ୍ରାସ କରାଯିବା ପରେ ଏସ୍‌ବିଆଇ ସଞ୍ଚୟ ଖାତାରେ ୨.୬୫% ସୁଧ ମିଳିଥା’ନ୍ତା, କିନ୍ତୁ ବ୍ୟାଙ୍କ ଏବେ ମଧ୍ୟ ଅଧିକ ସୁଧ ଦେଉଛି।

Share