Categories: ବାଣିଜ୍ୟ

ଏଫ୍‌ପିଆଇଙ୍କ ଲାଗି ନିୟମ କୋହଳ କଲା ସେବି

ମୁମ୍ବାଇ,୨୨।୮: ସିକ୍ୟୁରିଟିଜ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି) ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ଲାଗି ବୁଧବାର ନିୟାମକୀୟ ବ୍ୟବସ୍ଥା କୋହଳ କରିଛି। କଓ୍ବୋଇସି(ନିଜର ଗ୍ରାହକଙ୍କୁ ଜାଣନ୍ତୁ) ନିୟମକୁ ଷ୍ଟକ ମାର୍କେଟ ନିୟନ୍ତ୍ରକ ସରଳ କରାଯାଇଛି। ଏଥିସହିତ ବଜାର ବାହାରେ ପ୍ରତିଭୂତି ନେଣଦେଣକୁ ଅନୁମତି ଦିଆଯାଇଛି। ସେବି ବୋର୍ଡ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଏଫ୍‌ପିଆଇଙ୍କ ଲାଗି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରିବା ସହ ଏହାକୁ ତ୍ୱରାନ୍ବିତ କରିବା ଲକ୍ଷ୍ୟରେ ଉକ୍ତ ପଦକ୍ଷେପ ନିଆଯିବ। ନୂଆ ବ୍ୟବସ୍ଥା ଅନୁଯାୟୀ ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କୁ ୩ ବଦଳରେ ୨ ଶ୍ରେଣୀରେ ବଣ୍ଟାଯିବ। ସେବି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କଓ୍ବୋଇସି ଲାଗି ଦସ୍ତାବିଜ କାମକୁ ଆହୁରି ସରଳ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ନର ଏଚ୍‌.ଆର୍‌.ଖାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ୍‌ ଆଧାରରେ ଏଫ୍‌ପିଆଇ ନିୟମକୁ କୋହଳ କରାଯାଇଛି। ବିଦେଶରେ ଜାରି ଡେରିଭେଟିଭ ଉତ୍ପାଦର ସବ୍‌ସ୍କ୍ରିପଶନ ଓ ଜାରି କରିବାର ଆବଶ୍ୟକତାକୁ ମଧ୍ୟ ତର୍କସଙ୍ଗତ କରାଯାଇଛି। ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଉପସ୍ଥାପିତ ବିଦେଶୀ ପାଣ୍ଠିକୁ ଏଫ୍‌ପିଆଇ ରୂପରେ ପଞ୍ଜୀକରଣ କରିବା ପରେ ଦେଶରେ ନିବେଶ କରିବାକୁ ଅନୁମତି ଦିଆଯିବ।

Share