Categories: ବାଣିଜ୍ୟ

ଏଫ୍‌ପିଆଇ ଉଠାଇ ନେଇଛନ୍ତି ୧ ଲକ୍ଷ କୋଟି

ନୂଆଦିଲ୍ଲୀ,୩୦। ୩: କରୋନା ଭାଇରସ ଲାଗି ସାରା ବିଶ୍ୱରେ ମାନ୍ଦାବସ୍ଥା ସ୍ଥିତି ଉପୁଜିଥିବାରୁ ଦେଶର ପୁଞ୍ଜି ବଜାରରୁ ବିଦେଶୀ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର୍ସ(ଏଫ୍‌ପିଆଇ) ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଉଠାଇ ନେଇଛନ୍ତି। ଗତ ୬ ମାସ ନେବ ବିଦେଶୀ ନିବେଶମାନେ ପୁଞ୍ଜି ବଜାରରେ ନିବେଶ ଧାରା ଜାରି ରଖିଥିଲେ ମଧ୍ୟ ମାର୍ଚ୍ଚ ମାସରେ ଏଭଳି ବୃହତ୍ତ ପରିମାଣର ଅର୍ଥ କାଢି ନେଇଛନ୍ତି। ମାର୍ଚ୍ଚ ୨ରୁ ୨୭ ମଧ୍ୟରେ ନିବେଶକମାନେ ଇକ୍ୱିଟିରୁ ୫୯,୩୭୭ କୋଟି ଏବଂ ଡେଟ୍‌ ସେଗମେଣ୍ଟରୁ ୫୨,୮୧୧ କୋଟି ଟଙ୍କା ଉଠାଇଛନ୍ତି। ମାର୍ଚ୍ଚରେ ମୋଟ ୧.୧୨ ଲକ୍ଷ କୋଟି ଟଙ୍କା ପୁଞ୍ଜି ବଜାରରୁ ପ୍ରତ୍ୟାହର ହୋଇଛି। ୨୦୧୯ ସେପ୍ଟେମ୍ବର ପରଠାରୁ ଏମାନେ ନିବେଶ ଧାରା ଜାରି ରଖିଥିଲେ ବୋଲି ଜାତୀୟ ସିକ୍ୟୁରିଟି ଡିପୋଜିଟୋରୀ ଡାଟାରୁ ଏହା ଜଣାପଡିଛି।

Share