ଏବର୍ଷ ଲାଗୁ ହେବନାହିଁ +୨ କଟକଣା: ମନ୍ତ୍ରୀ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଏବର୍ଷ ଲାଗୁ ହେବନି +୨ କଟକଣା। ଆସନ୍ତା ବର୍ଷରୁ ଏହା ଲାଗୁ ହେବ ବୋଲି ଗୁରୁବାର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି।

ସେ କହିଛନ୍ତି, ଚଳିତବର୍ଷ +୨ ପାସଫେଲ କଟକଣା ଲାଗୁ ହେବ ନାହିଁ। ପ୍ରଥମ ବର୍ଷରେ ୩୩% ମାର୍କ ବାଧ୍ୟତାମୂଳକ ଲାଗୁ ହେବନି। ଦ୍ୱିତୀୟ ବର୍ଷକୁ ଯିବାକୁ ହେଲେ ୭୫% ଉପସ୍ଥାନ ବି ଲାଗୁ ହେବ ନାହିଁ। ହେଲେ ଆସନ୍ତା ବର୍ଷ ଏହି କଟକଣା ଲାଗୁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ପ୍ରକାଶ ଯେ, ଗଣଶିକ୍ଷା ବିଭାଗ ପକ୍ଷରୁ + ୨ ନିମନ୍ତେ କଟକଣା ଲଗାଯିବାକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ଛାତ୍ରୀଛାତ୍ର। ବିରୋଧ ପରେ ଏହାକୁ ଉଠାଇବାକୁ ନିଷ୍ପତ୍ତି ନିଆଯାଇଛି।

Share