Categories: ମେଟ୍ରୋ

ଏବିଭିପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ, ନୂତନ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭୁବନେଶ୍ୱର ଶାଖାର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସୋମବାର ନିଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଉଦ୍‌ଯାପିତ ହୋଇଯାଇଛି। ଶନିବାର ଓ ରବିବାର ଦୁଇଦିନ ଧରି ଆୟୋଜିତ ଏହି ଶିବିରରେ ଭୁବନେଶ୍ୱରର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଯୋଗଦେଇ ପରିଷଦର ଲକ୍ଷ୍ୟ, ଆଦର୍ଶ ଏବଂ କାର୍ଯ୍ୟକ୍ରମ ବିଷୟରେ ପ୍ରଶିକ୍ଷଣ ନେଇଛନ୍ତି। ଏଥିସହ ଭୁବନେଶ୍ୱର ବିଭାଗ ଲାଗି ନୂତନ ଦାୟିତ୍ୱ ଘୋଷଣା କରାଯାଇଛି। ବିଭାଗ ପ୍ରମୁଖ ଭାବେ ଗାର୍ଗୀ ବାନାର୍ଜୀ, ସହ ପ୍ରମୁଖ ନଳିନୀକାନ୍ତ ରାଉତରାୟ, ସଭାପତି ସଞ୍ଜୟ ମହାନ୍ତି, ରାଜ୍ୟ ଉପସଭାପତି ତପନ କୁମାର ନାୟକ, ଉପସଭାପତି ଦୀପକ ବେହେରା ପ୍ରମୁଖଙ୍କୁ ଦାୟିତ୍ୱ ମିଳିଥିବା ଜଣାପଡ଼ିଛି। ସମାଜର ବିକାଶରେ ସହଭାଗୀ ହୋଇ କାମ କରିବାକୁ ଆହ୍ବାନ ଦେବା ସହ ସମସ୍ତ ନୂତନ କାର୍ଯ୍ୟକାରିଣୀ ଶୁଭେଚ୍ଛା ଜଣାଯାଇଛି।

Share