ଏବିଭିପି ପକ୍ଷରୁ ଭିସୁଟରେ ର଼୍ୟାଗିଂର ପ୍ରତିବାଦ

ଭବାନୀପାଟଣା,୨୫।୮(ଡି.ଏନ.ଏ.)
ସମ୍ବଲପୁର ଜିଲା ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ ର଼୍ୟାଗିଂକୁ ଏବିଭିପି ପକ୍ଷରୁ ଶନିବାର ପ୍ରତିବାଦ କରାଯାଇଛି। ଭବାନୀପାଟଣାସ୍ଥିତ ସ୍ଥାନୀୟ କଲେଜ ଛକ ଏବଂ ନଗର କାର୍ଯ୍ୟାଳୟ ସାମ୍ନାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶାଖା ତରଫରୁ ବିକ୍ଷୋଭ ସହ ପ୍ରତିବାଦ କରାଯାଇଥିଲା। ନଗର କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ଜାନି, ହରବଜନ ନାଏକ, ରୋହିତ ବାଗ, ଦେବାଶିଷ ବିହାରୀ, ହେମନ୍ତ ନାଏକ, ଉମେସ ନାଏକ, ପ୍ରିୟରଞ୍ଜନ ଠାକୁର, ସିଦ୍ଧାର୍ଥ ପଣ୍ଡା, ଅଭିମନ୍ୟୁ, ମହିମା ନାୟକ, ପ୍ରମିଳା ବାଗ, ଦେବକୀ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ କଲେଜରୁ ଶତାଧିକ ଛାତ୍ରୀଛାତ୍ର ଯୋଗଦାନ କରିଥିଲେ। ଏବିଭିପି ଜିଲା ସଂଯୋଜକ ଅକ୍ଷୟ ଧଙ୍ଗଡାମାଝିଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା।