ଏବେ ଆକ୍ସନ ଫିଲ୍ମ କରିପାରନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାଁ କିଛି ଦିନ ହେବ ତାଙ୍କ ପ୍ରଶଂସକଙ୍କଠାରୁ ଦୂରେଇ ରହିଥିଲେ। ଏହାର କାରଣ ବି ଥିଲା। କାରଣ ହେଉଛି ତାଙ୍କ ଅଭିନୀତ ଫିଲ୍ମ ‘ଜିରୋ’ ବଲିଉଡ୍‌ରେ ଭଲ ପ୍ରଦର୍ଶନ କରି ନ ଥିଲା। ଏହାପରେ ଶାହାରୁଖ ସାମାନ୍ୟ ଚୁପ୍‌ ଥିବା ଦେଖାଯାଇଥିଲା। ହେଲେ ଆଗକୁ ସେ ଆକ୍ସନ ଡାଇରେକ୍ଟର ଅଲ୍ଲି ଅବ୍ବାସ ଜାଫରଙ୍କ ସହ ଅଭିନୟ କରିବେ ବୋଲି ଜଣାପଡିଛି। ଏଥିପାଇଁ ଶାହାରୁଖଙ୍କୁ ସ୍କ୍ରିପ୍ଟ ପସନ୍ଦ ଆସିଥିବା ଜଣାପଡିଛି। ଯଦିଓ ଏହା ଅଫିସିଆଲି ଘୋଷଣା କରାଯାଇ ନାହିଁ ତଥାପି ଅନୁମାନ କରାଯାଉଛି କି ଶାହାରୁଖ ଅଲ୍ଲି ଅବ୍ବାସଙ୍କ ଆକ୍ସନ୍‌ ମୁଭିରେ କାମ କରିବେ।

Share