Categories: ବାଣିଜ୍ୟ

ଏବେ ଆରମ୍ଭ ହେବନି ଟ୍ରେନ୍‌ ସେବା

ନୂଆଦିଲ୍ଲୀ,୧୧।୪: ଟ୍ରେନ ଯାତ୍ରୀଙ୍କ ଲାଗି ଯାତ୍ରା କାର୍ଯ୍ୟସୂଚୀ ଓ ପୁନର୍ବାର ଟ୍ରେନ ସେବା ଆରମ୍ଭ ନେଇ ଗତ ୨ ଦିନ ହେବ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏକ ନିର୍ଦ୍ଦିଷ୍ଟ ତାରିଖରୁ କେତେ ସଂଖ୍ୟକ ଟ୍ରେନ ଚଳାଚଳ କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟ ଉପରେ ରେଲଓ୍ବେ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି। ଟ୍ରେନ ସେବା ପୁଣି ଥରେ ଆରମ୍ଭ କରିବା ନେଇ କୌଣସି ନିଷ୍ପତ୍ତି ଏବେ ଯାଏ ଆସିନାହିଁ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି। ଟ୍ରେନ ଚଳାଚଳ ନେଇ ପ୍ରକାଶ ପାଉଥିବା ମିଥ୍ୟା ଖବର ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଲକ୍‌ଡାଉନ ଅବଧି ଶେଷ ହେବା ପରେ ଯାତ୍ରୀଙ୍କ ହିତକୁ ନଜରରେ ରଖି ଆଗାମୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ରେଲଓ୍ବେ ସ୍ପଷ୍ଟ କରିଛି। କୌଣସି ନିଷ୍ପତ୍ତି ଆସିଲେ ସେ ନେଇ ଲୋକଙ୍କୁ ଜଣାଯିବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି।

Share