ଏବେ ଏହି ଦେଶରେ ସନ୍ତାନ ଜନ୍ମ ପାଇଁ ମିଳିବ ଦେଢ ଲକ୍ଷ ଟଙ୍କା ବୋନସ

ଏଥେନ୍ସ,୧୦।୨: ଗ୍ରୀସରେ ବେଳକୁ ବେଳ ଜନସଂଖ୍ୟା କମିବାରେ ଲାଗିଛି। ଏହାକୁ ନଜରରେ ରଖି ଏବେ ସନ୍ତାନ ଜନ୍ମକୁ ନେଇ ସରକାର ବୋନସ ଘୋଷଣା କରିଛନ୍ତି। ‘ବେବି ବୋନସ’ ଯୋଜନାରେ ଏବେ ସନ୍ତାନ ପ୍ରସବ ପରେ ଦମ୍ପତିଙ୍କୁ ବୋନସ ମିଳିବ ବୋଲି ସରକାର କହିଛନ୍ତି। ଏହି ଯୋଜନାରେ ଦମ୍ପତିଙ୍କୁ ୨ହଜାର ୟୁରୋ ବା ଭାରତୀୟ ମୁଦ୍ରାରେ ପ୍ରାୟ ଦେଢ ଲକ୍ଷ ଟଙ୍କା ବୋନସ ମିଳିବ ବୋଲି କୁହାଯାଉଛି। ଏହି ଯୋଜନା ପାଇଁ ୧୪ ଶହ କୋଟିର ବଜେଟ ପ୍ରସ୍ତୁତ କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଏବେ ଗ୍ରୀସର ଜନସଂଖ୍ୟା ମାତ୍ର ୧ କୋଟି ୪ ଲକ୍ଷ ରହିଛି। ଧିରେ ଧିରେ ଏହା କମିବାରେ ଲାଗିଛି। ଯଦି ଏହାକୁ ବୃଦ୍ଧି କରା ନ ଯାଏ ତେବେ ଆସନ୍ତା ୩୦ ବର୍ଷ ମଧ୍ୟରେ ଏଠାକାର ଜନସଂଖ୍ୟା ୩୩ ପ୍ରତିଶତ କମିଯିବ। ଆଉ ୨୦୫୦ ବେଳକୁ ୩୬ ପ୍ରତିଶତ ଲୋକଙ୍କର ବସୟ ୬୫ ବର୍ଷ ହୋଇଯିବ। ଏହାକୁ ଦୃଷ୍ଟିରେ ରଖି ସେଠାକାର ସରକାର ‘ବେବି ବୋନସ’ ଯୋଜନା ଆରମ୍ଭ କରିଛନ୍ତି। ଏମିତି ଯୋଜନା ଗ୍ରୀସ ବ୍ୟତୀତ କାନାଡା, ଅଷ୍ଟ୍ରେଲିଆ, ଚେକ୍‌ ରିପବ୍ଲିକ୍‌, ଫ୍ରାନ୍ସ, ଇଟାଲି, ପୋଲାଣ୍ଡ ଭଳି ଦେଶରେ ମଧ୍ୟ ରହିଛି। ଅଷ୍ଟ୍ରେଲିଆରେ ଏହି ବୋନସର ପରିମାଣ ୫ ହଜାର ଡଲାର ବା ଭାରତୀୟ ମୁଦ୍ରାରେ ପାଖାପାଖି ୨ ଲକ୍ଷ ୩୮ ହଜାର ରଖାଯାଇଛି। ସେମିତି ଭିନ୍ନ ଭିନ୍ନ ଦେଶରେ ଏହାର ପରିମାଣ ଅଲଗା ରହିଛି।

Share