Categories: ଜାତୀୟ

‘ଏବେ ଓଓ୍ବାଇସି ପଢ଼ିବେ ହନୁମାନ ଚାଳିଶା’

ନୂଆଦିଲ୍ଲୀ,୫ା୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେ୍‌ରିଓ୍ବାଲ ଏବେ ହନୁମାନ ଚାଳିଶା ପାଠ କରିବା ଆରମ୍ଭ କରିଦେଇଛନ୍ତି। ଆଗକୁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ମଧ୍ୟ ହନୁମାନ ଚାଳିଶା ପାଠ କରିବେ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଟାକ୍ଷ କରିଛନ୍ତି। ଦିଲ୍ଲୀର ବଦରପୁର ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ରାମବୀର ସିଂ ବିହୁରିଙ୍କ ସମର୍ଥନରେ କିରାରିଠାରେ ପ୍ରଚାର କରି ଯୋଗୀ କହିଛନ୍ତି, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ରାମମନ୍ଦିର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ କେଜ୍‌ରିଓ୍ବାଲ ଏବଂ ବିରୋଧୀ ଦଳ ନେତାମାନେ ହଜମ କରିପାରୁ ନାହାନ୍ତି। କେଜ୍‌ରିଓ୍ବାଲ ଆଜିକାଲି ହନୁମାନ ଚାଳିଶା ପାଠ କରୁଛନ୍ତି। ଖୁବଶୀଘ୍ର ଓଓ୍ବାଇସି ବି ତାଙ୍କ ପଦାଙ୍କ ଅନୁସରଣ କରିବେ। ପ୍ରକାଶ ଯେ, କେଜ୍‌ରିଓ୍ବାଲ ସୋମବାର ଏକ ନ୍ୟୁଜ୍‌ ଚ୍ୟାନେଲରେ କହିଥିଲେ, ସେ ହିନ୍ଦୁ ବୋଲି ଭାଜପାଠାରୁ ପ୍ରମାଣପତ୍ର ଆବଶ୍ୟକ କରନ୍ତି ନାହିଁ। ଏହାସହ ସେ ମଞ୍ଚ ଉପରେ ହନୁମାନ ଚାଳିଶା ପାଠ କରିଥିଲେ।

Share