ଏବେ କାର୍ଯ୍ୟକାଳ ସରୁଥିବା ସମବାୟ ସମିତିଗୁଡ଼ିକରେ ନିର୍ବାଚନ ହେବନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୩୧।୧(ବ୍ୟୁରୋ): କାର୍ଯ୍ୟକାଳ ସରୁଥିବା ସମବାୟ ସମିତିଗୁଡ଼ିକରେ ଏବେ ନିର୍ବାଚନ ହେବନାହିଁ। କାର୍ଯ୍ୟକାଳ ସମାପ୍ତ ହେଉଥିବା ସମବାୟ ସମିତି ଦାୟିତ୍ୱରେ ଅଫିସର ରହିବେ ବୋଲି ଶୁକ୍ରବାର ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସୂଚନା ଦେଇଛନ୍ତି।

ଏହାଛଡ଼ା ଅନିୟମିତତା ଅଭିଯୋଗ ଆସିଥିବା ସମବାୟ ସମିତି ନେଇ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, କେନ୍ଦ୍ରାପଡ଼ା ସମବାୟ ସମିତି ଅନିୟମିତତା ଅଭିଯୋଗର ତଦନ୍ତ ଚାଲିଛି। ତଦନ୍ତରେ ଦୋଷ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ପ୍ରକାଶ ଯେ, ଆଜି ସୁଦ୍ଧା ରାଜ୍ୟରେ ୧୯୨୬ ସମବାୟ ସମିତିର କାର୍ଯ୍ୟକାଳ ସରୁଛି। ସେହିଭଳି ଫେବୃୟାରୀ ସୁଦ୍ଧା ୯୯୭, ମାର୍ଚ୍ଚ ଶେଷ ସୁଦ୍ଧା ଆଉ ୬୩ର କାର୍ଯ୍ୟକାଳ ସରିବ।

Share