Advertisement

ଏବେ ଦୃଷ୍ଟିହୀନ ବି ଦେଖିପାରିବେ ଦୁନିଆ….

ଏବେ ଅନ୍ଧତ୍ୱରୁ ସହଜରେ ମୁକ୍ତି ମିଳି ପାରିବ। ଦୀର୍ଘ ଦିନ ଗବେଷଣା କରିବା ପରେ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ମେଡିସିନ୍‌ ସ୍କୁଲର ଏକ ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ପୃଥିବୀରେ ବାର୍ଷିକ ୨୦୦ ନିୟୁତ ଲୋକ ଦୃଷ୍ଟିହୀନତାର ଶିକାର ହୋଇଥାନ୍ତି। ତେବେ ନୂତନ ମ୍ୟାକୁଲାର ଡିଜେନେରେଟ୍‌ ଜ୍ଞାନକୌଶଳ ସିଗାସ୍‌ ଏଞ୍ଜାଇମ୍‌ ଦ୍ୱାରା ଦୃଷ୍ଟି ଶକ୍ତି ଫେରି ଆସିବ। ସିଗାସ୍‌ ଏଞ୍ଜାଇମ୍‌ ଅପ୍ଟିକାଲ ନର୍ଭରେ ଯୋଗାଯୋଗ ପ୍ରକ୍ରିୟାକୁ ବୃଦ୍ଧି କରାଇଥାଏ। ଫଳରେ ଧୀରେ ଧୀରେ ଦୃଷ୍ଟି ଶକ୍ତି ଫେରିଆସିଥାଏ। ମଧୁମେହ, ମେଦବହୁଳତା ଆଦି ରୋଗ କ୍ଷେତ୍ରରେ ଦୃଷ୍ଟି ଶକ୍ତି କମିବାରେ ଲାଗିଥାଏ। ତେବେ ଏହି ନୂତନ ଜ୍ଞାନକୌଶଳର ଉପଯୋଗ ଦ୍ୱାରା ବିଶେଷ ସଫଳତା ମିଳିପାରିବ। ଅପ୍ଟିକ୍‌ ନର୍ଭ ସହାୟତାରେ ଦୃଶ୍ୟମାନ ହେଉଥିବା ବସ୍ତୁ ସମ୍ପର୍କରେ ବାର୍ତ୍ତା ମସ୍ତିଷ୍କକୁ ପ୍ରେରିତ ହୋଇଥାଏ। ମସ୍ତିଷ୍କ ବସ୍ତୁ ସମ୍ପର୍କରେ ସବିଶେଷ ବିବରଣୀର ଯାଞ୍ଚ୍‌ କରି ଏହାକୁ ସଂରକ୍ଷିତ ହୋଇଥିବା ସ୍ମୃତି ସହିତ ଖାପ ଖୁଆଇଥାଏ। ଦୃଶ୍ୟମାନ ହେଉଥିବା ବସ୍ତୁ ସର୍ମ୍ପକିତ ତଥ୍ୟ ପାଇଁ ଅପ୍ଟିକାଲ ନର୍ଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଏହା ଶୁଖିଗଲେ ମସ୍ତିଷ୍କକୁ ବାର୍ତ୍ତା ପ୍ରେରଣରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ଅନ୍ଧତ୍ୱ ଦେଖାଦେଇଥାଏ। ମାତ୍ର ସିଗାସ୍‌ ଜ୍ଞାନକୌଶଳ ଶୁଷ୍କ ଅପ୍ଟିକାଲ୍‌ ନର୍ଭକୁ ପୁଣି ସତେଜ କରିବାକୁ ସକ୍ଷମ ହୋଇପାରିବ ବୋଲି ଗବେଷକ ସୂଚିତ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share